www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ରୀଜୀଉଙ୍କ ନୀତିକୁ ଶୃଙ୍ଖଳିତ କରିବା ଉପରେ ଶଙ୍କରାଚାର୍ଯ୍ୟଙ୍କ ଗୁରୁତ୍ୱାରୋପ

ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ଏକ ଉଚ୍ଚସ୍ତରୀୟ ବୈଠକ ପୁରୀ ଗୋବର୍ଦ୍ଧନ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ସମସ୍ୟାର ସ୍ଥାୟୀ ସମାଧାନ, ଶୃଙ୍ଖଳିତ ରୀତିନୀତି ଓ ଅନ୍ୟ କେତେକ ସମସ୍ୟା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୪ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ସେବକ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା କରାଯାଇ ଶ୍ରୀ ଜୀଉଙ୍କ ନୀତିକୁ ଶୃଙ୍ଖଳିତ କରିବା ଉପରେ ଶଙ୍କରାଚାର୍ଯ୍ୟ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ଆଇନ୍‍ ସଚିବ, ଦେବୋତ୍ତର କମିଶନରଙ୍କ ସମେତ ସେବାୟତ ପ୍ରତିନିଧିମାନେ ଆଲୋଚନାରେ ଭାଗ ନେଇଥିଲେ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories