www.samajalive.in
Saturday, December 6, 2025
16.1 C
Bhubaneswar

ଜିଓର ଏହି ପ୍ଲାନ୍‌ ବଢାଇଲା ଏୟାରଟେଲ୍‌, ବିଏସଏନଏଲ୍‌ର ଚିନ୍ତା; କମ୍‌ ଦାମ୍‌ରେ ମିଳୁଛି ସବୁକିଛି..

ନୂଆଦିଲ୍ଲୀ : ଜିଓ ପୁଣି ଥରେ ନିଜର କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଆଣିଛି ଖୁସି ଖବର ସହ ଆଶ୍ୱସ୍ତି । ଟ୍ରାଇର ନୂଆ ତଥ୍ୟ ଅନୁଯାୟୀ, ଦେଶର ବଡ ଟେଲିକମ୍‌ କମ୍ପାନୀ ନିକଟରେ ଏବେ ୪୭.୨୪ କୋଟିରୁ ଅଧିକ ମୋବାଇଲ୍‌ ଗ୍ରାହକ ଅଛନ୍ତି । ଜିଓର ଲଗାତାର ବଢୁଥିବା ଗ୍ରାହକ କାରଣରୁ ବଜେଟ୍‌କୁ ସୁହାଇବା ଭଳି ଅନେକ ରିଚାର୍ଜ ପ୍ଲାନ୍‌ ରହିଛି । ଗ୍ରାହକ ନିଜ ଆବଶ୍ୟକତା ଅନୁଯାୟୀ ରିଚାର୍ଜ ପ୍ଲାନ୍‌ର ଚୟନ କରି ଥାନ୍ତି । ଏଥିରେ ଉପଭୋକ୍ତାଙ୍କୁ ଆବଶ୍ୟକତା ଅନୁଯାୟୀ ସୁବିଧା ଓ ଅଫର୍‌ ପ୍ରଦାନ କରାଯାଉଛି । ଜିଓର ୮୪ ଦିନ ସମୟସୀମା ପର୍ଯ୍ୟନ୍ତ ଏକ ଶସ୍ତା ପ୍ଲାନ୍‌ ରହିଛି । ଏଥିରେ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗ ସହ ଡାଟା ଅଫର୍‌ ପ୍ରଦାନ କରାଯାଏ । ଜିଓର ଏହି ପ୍ଲାନ୍‌ ଏୟାରଟେଲ୍‌, ବିଏସଏନଏଲ ଓ ଭୋଡାଫୋନ୍‌ ଆଇଡିଆର ପ୍ଲାନ୍‌କୁ ପଛରେ ପକାଇଛି ।

ଜିଓର ଏହି ପ୍ଲାନ୍‌ ୯୪୯ ଟଙ୍କା । ଏଥିରେ ଅସୀମିତ କଲିଙ୍ଗ, ଦୈନିକ ୨ ଜିବି ହାଇସ୍ଫିଡ୍‌ ଡାଟା, ୧୦୦ ଏସଏମଏସ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି ।

- Advertisement -

ଜିଓ ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍‌ରେ ଅସୀମିତ ୫ଜି ଡାଟା ମଧ୍ୟ ପ୍ରଦାନ କରୁଛି। ଏହି ଅଫର୍ ୫ଜି ସ୍ମାର୍ଟଫୋନ୍ ଏବଂ ୫ଜି ନେଟୱାର୍କ ସହିତ ଉପଲବ୍ଧ । କେବଳ ଏତିକି ନୁହେଁ, ଜିଓ ଏହି ପ୍ଲାନ ସହିତ ଓଟିଟି ଆପ୍ସକୁ ମାଗଣାରେ ଆକ୍ସେସ୍ ମଧ୍ୟ ଦେଉଛି। ଏହି ପ୍ଲାନରେ ଉପଭୋକ୍ତାମାନେ ୮୪ ଦିନ ପାଇଁ ଜିଓ ହଟ୍‌ଷ୍ଟାର୍‌ ସବସ୍କ୍ରିପସନ୍ ପାଇବେ। ଏହା ସହିତ ଜିଓ ଟିଭି ଓ ଜିଓ କ୍ଲାଉଡ୍‌ର ଆକ୍ସେସ୍ ମଧ୍ୟ ଉପଲବ୍ଧ ।

୮୪ ଦିନ ବୈଧତା ସହିତ ଜିଓର ଅନ୍ୟ ପ୍ଲାନରେ କମ୍ପାନୀର ଦୈନିକ ୨ଜିବି ଡାଟା ସହିତ ଆଉ ଚାରୋଟି ରିଚାର୍ଜ ପ୍ଲାନ ଅଛି, ଯେଉଁଥିରେ ଉପଭୋକ୍ତାମାନଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରାଯାଇଛି। ଜିଓର ଏହି ଚାରୋଟି ପ୍ଲାନ – ୧୦୨୮ ଟଙ୍କା, ୧୦୨୯, ୧୦୪୯ ଏବଂ ୧୨୯୯ ଟଙ୍କାରେ, ଉପଭୋକ୍ତାମାନେ ସାରା ଭାରତରେ ଯେକୌଣସି ନେଟୱାର୍କରେ ଅସୀମିତ କଲିଂ ଏବଂ ମାଗଣା ଜାତୀୟ ରୋମିଂର ସୁବିଧା ପାଇବେ। ଏହା ବ୍ୟତୀତ, ଉପଭୋକ୍ତାମାନଙ୍କୁ ଦୈନିକ ୨ ଜିବି ଡାଟା ଏବଂ ୧୦୦ ମାଗଣା ଏସଏମଏସ ସହିତ ଅସୀମିତ ୫ଜି ଡାଟା ପ୍ରଦାନ କରାଯିବ।

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ଏହି ରାଶିଙ୍କୁ ଖାଲି ମିଳିବ ଲାଭ, ହେବେ ମାଲାମାଲ୍‌, ରହିବନି ଚିନ୍ତା.. 

ଲାଭାର ବଡ ଧମାକା: ମାତ୍ର ଏତିକି ଟଙ୍କାରେ ଆଣିଲା ଆପେଲ୍‌ ଭଳି ଦେଖାଯାଉଥିବା, ଜବରଦସ୍ତ ଫିଚର ଥିବା ସ୍ମାର୍ଟଫୋନ୍‌..

୧୦୨୮ ଟଙ୍କା ପ୍ଲାନରେ, ଉପଭୋକ୍ତାମାନେ ସ୍ୱିଗି ୱାନ୍‌ ଲାଇଟ୍‌ର ସବସ୍କ୍ରିପସନ୍ ପାଇବେ। ସେହିପରି ୧୦୨୯ ଟଙ୍କାର ପ୍ଲାନରେ ଅମାଜନ୍‌ ପ୍ରାଇମ୍‌ ଭିଡିଓ ସବସ୍କ୍ରିପସନ ପ୍ରଦାନ କରାଯାଉଛି। ଏହା ବ୍ୟତୀତ ୧୦୪୯ ଟଙ୍କାର ପ୍ଲାନରେ ୟୁଜର୍ସଙ୍କୁ ସୋନି ଲାଇଭ୍‌ ଏବଂ ଜୀ୫ର ସବସ୍କ୍ରିପସନ ପ୍ରଦାନ କରାଯିବ। ୧୨୯୯ ଟଙ୍କାର ପ୍ଲାନରେ ନେଟ୍‌ଫ୍ଲିକ୍ସର ସବସ୍କ୍ରିପସନ ପାଇବେ।

ଦେଖନ୍ତୁ ଭିଡିଓ; ଅହିରାଜକୁ ଖେଳନା ଭାବି ଖେଳିଲା ଶିଶୁ, ତା’ପରେ..

 

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories