www.samajalive.in
Saturday, December 6, 2025
14.1 C
Bhubaneswar

ଟଙ୍କାର ପାହାଡ; ଏପର୍ଯ୍ୟନ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠଙ୍କ ଘରୁ ନଗଦ ଅଢେଇ କୋଟି ଜବତ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀ । ବାବୁଙ୍କ ଟଙ୍କାର ପାହାଡ ଦେଖି ଭିଜିଲାନ୍ସ କାବା । ଯେତେ ଗଣିଲେ, ସେତେ ବାହାରୁଛି । ଏଯାଏଁ ପ୍ରାୟ ଅଢେଇ କୋଟି ନଗଦ ଟଙ୍କା ଜବତ ହୋଇ ସାରିଲାଣି । ତଥାପି ସରୁନି । ଟଙ୍କା ଗଣି ଗଣି ହାଲିଆ ଭିଜିଲାନ୍ସ ଟିମ୍‌ । ଶେଷରେ ଟଙ୍କା ଗଣିବା ପାଇଁ ମେସିନ ଅଣାଯାଇଛି ।

ଘର ଭିତରୁ ଦୁଇ କୋଟି ୫୧ ଲକ୍ଷ, ବ୍ୟାଙ୍କ ଆଉ ବୀମାରେ ଡିପୋଜିଟ୍ ଏକ କୋଟି ୫୦ ଲକ୍ଷ, ଶେୟାର ମାର୍କେଟରେ ଲାଗିଛି ୨ କୋଟି ୭୦ ଲକ୍ଷ ଟଙ୍କା। ୨ଟି ଦାମୀ ବଙ୍ଗଳା, ୨ଟି ଫ୍ଲାଟ୍ ସହ ୭ଟି ଅତି ଦାମୀ ପ୍ଲଟ୍ । ତା ସହିତ ମାଣ ମାଣ ହୀରା, ସୁନା,ରୂପା ଅଳଙ୍କାର। କେବଳ ସେତିକି ନୁହେଁ, ଆମାଜନ ପେଟି ଭିତରେ ଲୁଚା ଯାଇଛି ଟଙ୍କା। ପେଟି ଚିରି କଳା ଟଙ୍କା ଜବତ କରୁଛି ଭିଜିଲାନ୍ସ ।

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ଏହି ରାଶିଙ୍କୁ ଖାଲି ମିଳିବ ଲାଭ, ହେବେ ମାଲାମାଲ୍‌, ରହିବନି ଚିନ୍ତା.. 

- Advertisement -

ଅଳଙ୍କାର, ହୀରା, ସୁନା, ରୂପା ତା ସହିତ ଦାମୀ ଘଣ୍ଟାର ଲମ୍ବା ତାଲିକା । ଦିନ ୧୨ଟା ସୁଦ୍ଧା ଏହା ଜବତ କରାଯାଇଛି । ଏବେ ମଧ୍ୟ ଚଢାଉ ଜାରି ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‍।

ଲାଭାର ବଡ ଧମାକା: ମାତ୍ର ଏତିକି ଟଙ୍କାରେ ଆଣିଲା ଆପେଲ୍‌ ଭଳି ଦେଖାଯାଉଥିବା, ଜବରଦସ୍ତ ଫିଚର ଥିବା ସ୍ମାର୍ଟଫୋନ୍‌..

ଏହି ଚଢାଉ ସଂପର୍କରେ ଭିଜିଲାନ୍ସ ନିର୍ଦେଶକ ଜଶବନ୍ତ ଜେଠଓ୍ବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗୁରୁତ୍ବ ପୂର୍ଣ୍ଣ କଥା ହେଉଛି ବୈକୁଣ୍ଠ ନାଥ ଆସନ୍ତା କାଲି ଅର୍ଥାତ୍‌ ମେ ୩୧ ତାରିଖରେ ନିଜ ଚାକିରିରୁ ଅବସର ନେଇଥାନ୍ତେ। ଆୟ ବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ଭିଜିଲାନ୍ସ ଟିମ୍‍ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢାଉ କରିଥିଲା । ଭୁବନେଶ୍ୱର, ପୁରୀ, ଅନୁଗୁଳର ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି। ଅନୁଗୁଳର ୪ଟି ସ୍ଥାନ କାରଡାଗାଡିଆ ସ୍ଥିତ ବାସଭବନ, ଲକେଇପସି, ମଟିଆସାହି ଏବଂ ଶିକ୍ଷକପଡାରେ ଚଢାଉ ଜାରି ରହିଛି। ଅନୁଗୁଳ, ଢେଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ଚଢାଉରେ ସାମିଲ ହୋଇଛନ୍ତି। ଏବେ ସଂପତ୍ତି ଗଣା ଚାଲିଛି।

ବଡ ଖବର ; ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା -ସୁପ୍ରିମ ନିଷ୍ପତ୍ତି

ଦେଖନ୍ତୁ ଭିଡିଓ; ଅହିରାଜକୁ ଖେଳନା ଭାବି ଖେଳିଲା ଶିଶୁ, ତା’ପରେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories