www.samajalive.in
Monday, December 15, 2025
16.1 C
Bhubaneswar

ଉପଭୋକ୍ତାଙ୍କୁ ଆଗୁଆ ଟିପ୍ସ ମାଗି ଅସୁବିଧାରେ ଉବର

ନୂଆଦିଲ୍ଲୀ : କ୍ୟାବ୍ ଏଗ୍ରିଗେଟର କମ୍ପାନୀ ଉବର ଏକ ବିବାଦରେ ଛନ୍ଦି ହୋଇଯାଇଛି । ଗତ କିଛି ଦିନ ଧରି ଯେବେ ଉବର ଉପଭୋକ୍ତା କ୍ୟାବ୍ ବୁକ୍ କରିବା ପାଇଁ ସର୍ଚ୍ଚ କରୁଛନ୍ତି ତେବେ ତାଙ୍କୁ ଆଗୁଆ ଟିପ୍ସ ଦେବା ପାଇଁ ଅନୁରୋଧ କରୁଛି କମ୍ପାନୀ । ଆପର ସୂଚନା ଅନୁସାରେ ଏହି ଟିପ୍ସ ରାଶି କ୍ୟାବ୍ ଚାଳକଙ୍କୁ ପ୍ରଦାନ କରାଯାଉଛି । ତେବେ ଆଗୁଆ ଟିପ୍ସ ମାଗିବା ସମ୍ପୂର୍ଣ୍ଣ ରୂପେ ଭୁଲ୍ ଦର୍ଶାଇ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ ଉବରକୁ ନୋଟିସ୍ ଜାରି କରିଛି । କେନ୍ଦ୍ରୀୟ ଉପଭୋକ୍ତା ମାମଲା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏହି ମାମଲାକୁ ଗୁରୁତର ସହ ନେଇ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଏହାର ସୂଚନା ଦେଇଛନ୍ତି ।

- Advertisement -

ସେ ଲେଖିଛନ୍ତି ଯେ ଆଗୁଆ ଟିପ୍ସ ପ୍ରଥା ଚିନ୍ତାଜନକ । ତ୍ବରିତ ସେବା ପାଇବା ପାଇଁ ଉପଭୋକ୍ତାଙ୍କୁ ଆଗୁଆ ଟିପ୍ସ ମାଗିବା କେବଳ ଅନୈତିକ ନୁହେଁ ବରଂ ଏହା ଅନୁଚିତ ବ୍ୟାପାର ପରିସରରେ ଆସିଥାଏ । ଏହାକୁ ଗ୍ରାହକ ନିଜ ଇଛା ଅନୁସାରେ ଦେବେ, ଏଥିପାଇଁ ବାଧ୍ୟ କରାଯାଇପାରିବ ନାହିଁ । ଉବର ସୂଚନା ଅନୁସାରେ ଏହି ଟିପ୍ସ ରାଶି ସମ୍ପୂର୍ଣ୍ଣ ରୂପେ ଚାଳକଙ୍କୁ ମିଳିଥାଏ ଏବଂ ଥରେ ଏହାକୁ ଯୋଡିବା ପରେ ପରିବର୍ତ୍ତନ କରିହେବନାହିଁ । ପ୍ରହ୍ଲାଦ ଯୋଶୀ ଜଣାଇଛନ୍ତି କି ସେ ନିଜେ ଏହି ମାମଲା ଉପରେ ନଜର ରଖିଛନ୍ତି ଏବଂ ସିସିପିଏକୁ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ସିସିପିଏ ଉବରକୁ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ମାଗିଛି ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories