www.samajalive.in
Wednesday, December 10, 2025
16.1 C
Bhubaneswar

ଟ୍ରମ୍ପଙ୍କ ଦାବି: ଭାରତ ଆମେରିକାକୁ ଶୂନ୍ୟ ଶୁଳ୍କ ପ୍ରସ୍ତାବ ଦେଇଛି

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ଆଲୋଚନା ଚାଲିଛି। ହେଲେ ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଭାରତ ଆମେରିକାକୁ ଶୂନ୍ୟ ଶୁଳ୍କ ପ୍ରସ୍ତାବ ଦେଇଛି ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ ମଧ୍ୟପ୍ରାଚ୍ୟ ଗସ୍ତରେ ଥିବାବେଳେ କତାରର ରାଜଧାନୀ ଦୋହାଠାରେ ଆୟୋଜିକ ଏକ କାର୍ଯ୍ୟକ୍ରମ​‌ରେ କହିଛନ୍ତି, ଭାରତ ଆମେରିକାକୁ ଶୂନ୍ୟ ଶୁଳ୍କ ପ୍ରସ୍ତାବ ଦେଇଛି। ଅର୍ଥାତ ଭାରତରେ ବିକ୍ରି ହେବାକୁ ଥିବା ଆମେରିକୀୟ ଉତ୍ପାଦଗୁଡ଼ିକରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ।

- Advertisement -

ଟ୍ରମ୍ପ କହିଛନ୍ତି, ଭାରତରେ କିଛି ବିକ୍ରି କରିବା ଅନ୍ୟନ୍ତ କଷ୍ଟକର। ସେମାନେ(ଭରତ) ଆମକୁ ଏକ ପ୍ରସ୍ତାବ କରିଛନ୍ତି। ସତ କହିବାକୁ ଗଲେ ସେମାନେ ଶୂନ୍ୟ ଶୁଳ୍କ ପ୍ରସ୍ତାବ ଦେଇଛନ୍ତି। ଆମେରିକା ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ ଲଗାଇଥିଲା। କିନ୍ତୁ ପରେ ଏହାକୁ ୯୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା। ଏଥିରୁ ଭାରତ ଲାଭବାନ ହୋଇଥିଲା। ଆମେରିକାରେ ବିକ୍ରୟ ହେଉଥିବା ଭାରତୀୟ ଉତ୍ପାଦଗୁଡ଼ିକ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ ହେଉଛି।

ଅନ୍ୟପଟେ ଟ୍ରମ୍ପଙ୍କ ଏହି ଦାବି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀରବ ରହିଥିବା ଅଭିଯୋଗ କରିଛି କଂଗ୍ରେସ। ପ୍ରଧାନମନ୍ତ୍ରୀ କାହିଁକି ଉତ୍ତର ରଖୁନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories