www.samajalive.in
Wednesday, December 10, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ: ଜାତୀୟ ପତାକାରେ ଝାଳ ପୋଛିଲେ ବିଜେପି ବିଧାୟକ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ସମାଜ ଡିଜିଟାଲ​‌ ଡେସ୍କ: ଜାତୀୟ ପତାକାକୁ ନେଇ ସମସ୍ତ ଭାରତୀୟଙ୍କ ମନରେ ସମ୍ମାନ ରହିଛି। ହେଲେ ରାଜନେତାମାନଙ୍କଠାରେ ଜାତୀୟ ପତାକା ପ୍ରତି ସମ୍ମାନ ଦେଖିବାକୁ ମିଳୁନାହିଁ। ଜାତୀୟ ପତାକାରେ ଝାଳ ପୋଛି ବିବାଦ ଘେରକୁ ଆସିଛନ୍ତି ବିଜେପି ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ କଂଗ୍ରେସ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ରାଜସ୍ଥାନର ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ ବିଭିନ୍ନ କାର୍ଯ୍ୟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। ଅପରେସନ ‘ସିନ୍ଦୂର’ର ସଫଳତାକୁ ନେଇ ବିଜେପି ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା କରୁଛି। ରାଜସ୍ଥାନରେ ତ୍ରିରଙ୍ଗା ଯାତ୍ରା ସମୟରେ ବିଧାୟକ ଆଚାର୍ଯ୍ୟ ହାତରେ ଧରିଥିବା ଜାତୀୟ ପତାକାରେ ନିଜ ମୁହଁର ଝାଳ ପୋଛୁଥିବା ଦେଖିବାକୁ ମିଳିଛି।

- Advertisement -

ଏହା ସାମ୍ନାକୁ ଆସିବା ପରେ ପ୍ରଦେଶ କଂଗ୍ରେସ ପକ୍ଷରୁ ବିଧାୟକ ଏବଂ ବିଜେପିକୁ ସମାଲୋଚନା କରାଯାଇଛି। ବିଧାୟକ ଜାତୀୟ ପତାକାକୁ ଅପମାନିତ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories