www.samajalive.in
Monday, December 15, 2025
16.1 C
Bhubaneswar

ପାରାଦୀପ ବନ୍ଦରରେ ୨୧ ପାକିସ୍ତାନୀଙ୍କ ସହ ପହଁଚିଲା ମାଲବାହୀ ଜହାଜ, ସୁରକ୍ଷା କଡାକଡି

ଡେସ୍କ: ପାରାଦୀପ ବନ୍ଦରରେ ବୁଧବାର ଦକ୍ଷିଣ କୋରିଆର ଏକ ତୈଳ ଟ୍ୟାଙ୍କର ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସମ୍ପୃକ୍ତ ମାଲବାହୀ ଜାହାଜରେ ୨୧ ଜଣ ପାକିସ୍ତାନୀ ଥିବା ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି

ଏମଟି ସାଇରେନ – ୨ ଜାହାଜଟି ୧୧ ହଜାର ୩୫୦ ମେଟ୍ରିକ ଟନ ଅଶୌଧିତ ତୈଳ ସହ ପାରାଦୀପ ବନ୍ଦରରେ ପହଂଚିଛି। ଜାହାଜରେ ଥିବା ୨୫ ଜଣିଆ ଚାଳକ ଦଳରେ ୨୧ ଜଣ ପାକିସ୍ତାନୀ ନାଗରିକ ଥିବା ବେଳେ ୨ ଜଣ ଭାରତୀୟ, ଜଣେ ଶ୍ରୀଲଙ୍କା ଓ ଅନ୍ୟ ଜଣେ ଥାଇଲ୍ୟାଣ୍ଡର ନାଗରିକ ଅଛନ୍ତି। ସମ୍ପୃକ୍ତ ଜାହାଜଟି ସମୁଦ୍ର ମଧ୍ୟରେ କୁଳ ଠାରୁ ୨୦ କିମି ଦୂର ପିଏମ ବର୍ଥରେ ଲଂଗର ପକାଇ ରହିଛି।

- Advertisement -

ବୁଧବାର ପୂର୍ବାହ୍ନ ୧୧ଟାରେ ଦକ୍ଷିଣ କୋରିଆରୁ ସିଙ୍ଗାପୁର ଦେଇ ଜାହାଜଟି ପାରାଦୀପ ବନ୍ଦରରେ ପହଂଚିବା ପରେ ପାଇପଲାଇନ ଜରିଆରେ ଅଶୌଧିତ ତୈଳ ଜାହାଜରୁ ଡିପୋକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ଜାହାଜଟି ପ୍ରତ୍ୟାବର୍ତ୍ତନ କରିବ ବୋଲି ସୂଚନା ମିଳିଛି। ଜାହାଜରେ ୨୧ ଜଣ ପାକିସ୍ତାନୀ ନାଗରିକ ଥିବାରୁ ପାରାଦୀପ ସାମୁଦ୍ରିକ ପୁଲିସ ସୁରକ୍ଷା କଡାକଡି କରିବା ସହ ସମୁଦ୍ରରେ ପାଟ୍ରୋଲିଂ ବଢ଼ାଇ ଦେଇଛି।

ବିଦେଶ ମନ୍ତ୍ରଣାଳୟ ପାକିସ୍ତାନୀ ନାଗରିକଙ୍କର ଭାରତରେ ପ୍ରବେଶ ଉପରେ କଟକଣା ଲାଗୁ କରିଥିବା ବେଳେ ସମ୍ପୃକ୍ତ ସଦସ୍ୟମାନେ ଦକ୍ଷିଣ କୋରିଆ ଜହାଜରେ କାମ କରୁଥିବାରୁ ସେମାନଙ୍କୁ ଭାରତୀୟ ଜଳ ସୀମାରେ ପ୍ରବେଶ କରିବାକୁ ଅନୁମତି ମିଳିଛି। ଅତିରିକ୍ତ ଆରକ୍ଷୀ ଅଦୀକ୍ଷାକ ସ୍ମୃତି ରଞ୍ଜନ କର କହିଛନ୍ତି ଯେ ଜହାଜରେ ଥିବା ପାକିସ୍ତାନୀଙ୍କୁ ଜହାଜରୁ ବାହାରକୁ ଆସିବାକୁ ଅନୁମତି ମିଳିନାହିଁ।

ପୁଲିସ କହିଛି ଯେ ସାମୁଦ୍ରିକ ପୁଲିସ, ତଟରକ୍ଷକ ବଳ, ସିଆଇଏସଏଫ ଏବଂ ସୀମା ଶୁଳ୍କ ଅଧିକାରୀ ପ୍ରମୁଖ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛନ୍ତି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories