www.samajalive.in
Saturday, December 6, 2025
26.1 C
Bhubaneswar

ବଙ୍କର ବୁଲି ଦେଖିଲେ ଓମାର

ଶ୍ରୀନଗର : ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପୂର୍ବକ ଭାରତ ତରଫରୁ ପାକିସ୍ତାନ ଓ ପିଓକେର ବିଭିନ୍ନ ସ୍ଥାନରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହାର ଜବାବରେ ପାକିସ୍ତାନ ତରଫରୁ ସୀମାବର୍ତ୍ତୀ ଜାମ୍ମୁ-କାଶ୍ମୀର ସମେତ ବିଭିନ୍ନ ଅଞ୍ଚଳରେ ଡ୍ରୋନ୍‌ ଦ୍ବାରା ଆକ୍ରମଣ କରାଯାଇଥିଲା। ଏଥିସହ ସୀମା ଆର ପଟୁ ପାକିସ୍ତାନ ତରଫରୁ ପ୍ରବଳ ଗୁଳିଗୋଳା ମାଡ଼ ହୋଇଥିଲା। ପାକିସ୍ତାନ ଆକ୍ରମଣରୁ ବର୍ତ୍ତିବା ପାଇଁ ଜାମ୍ମୁ-କାଶ୍ମୀର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନସାଧାରଣ ବଙ୍କରରେ ରହିଥିଲେ। ଇତିମଧ୍ୟରେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କୁପୱାରା ଜିଲାର ଟଙ୍ଗଧର ଅଞ୍ଚଳରେ ଥିବା ବଙ୍କର ବୁଲି ଦେଖିଥିଲେ। ଏହି ଅବସରରେ ଓମାର ସ୍ଥାନୀୟ ବାସିନ୍ଦାଙ୍କୁ ଭେଟି ପାକିସ୍ତାନ ପଟୁ ଗୁଳିଗୋଳା ମାଡ଼ ସମୟରେ ସେମାନେ ବଙ୍କରରେ ରହି କିପରି ଜୀବନରକ୍ଷା କରିଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ମୋବାଇଲ ଫୋନ୍‌ର ଫ୍ଲାସ୍‌ଲାଇଟ୍‌ ଜଳାଇ ଓମାର ଓ ଅନ୍ୟମାନେ ବଙ୍କର ସ୍ଥିତି ଦେଖିଥିଲେ। ସାଧାରଣତଃ ଗୋଟିଏ ବଙ୍କରରେ ୧୦ଜଣଙ୍କ ପାଇଁ ସ୍ଥାନ ରହିଥାଏ। ତେବେ ପାକିସ୍ତାନପଟୁ ଆକ୍ରମଣ ସମୟରେ ଗୋଟିଏ ବଙ୍କରରେ ୨୦/୨୫ ଜଣ ଲେଖାଏଁ ରହୁଥିଲେ। ଏହି ଅଞ୍ଚଳରେ ଅଧିକ ବଙ୍କର ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଓମାରଙ୍କ ନିକଟରେ ଦାବି କରିଥିଲେ। ଖୁବ୍‌ଶୀଘ୍ର ଏହି ଅଞ୍ଚଳରେ ଅଧିକ ସଂଖ୍ୟକ ବଙ୍କର ନିର୍ମାଣ କରାଯିବ ବୋଲି ଓମାର ପ୍ରତିଶ୍ରୁତି ଦେଇଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories