www.samajalive.in
Saturday, December 6, 2025
14.1 C
Bhubaneswar

ବିଦେଶୀ ଯୁଦ୍ଧାସ୍ତ୍ର ବ୍ୟବହାର କରିଛି ପାକିସ୍ତାନ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରର ପାଲଟା ଜବାବ ଦେବାକୁ ପାକିସ୍ତାନୀ ସେନା ଭାରତର ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ଯେଉଁ ଆକ୍ରମଣ କରିଥିଲା, ସେଥିରେ ବିଦେଶୀ ଯୁଦ୍ଧାସ୍ତ୍ର ବ୍ୟବହୃତ ହୋଇଥିଲା ବୋଲି ଭାରତ ଦାବି କରିଛି। ବୁଧବାର ଏ ସମ୍ପର୍କରେ ଭାରତ ପକ୍ଷରୁ ଏହାର ଫଟୋଚିତ୍ରକୁ ସାର୍ବଜନୀନ କରାଯାଇଛି। ପାଲଟା ଆକ୍ରମଣ ସମୟରେ ପାକ୍‌ ସେନା ଚୀନ୍‌ ନିର୍ମିତ ପିଏଲ-୧୫ (ଆକାଶରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା) କ୍ଷେପଣାସ୍ତ୍ର ଏବଂ ତୁର୍କୀ ନିର୍ମିତ ବାଇକର ୟିହା-୩ କାମିକେଜ୍‌ ଏବଂ ଆସିସ୍‌ଗାର୍ଡ ସୋନ୍‌ଗାର ଡ୍ରୋନ ବ୍ୟବହାର କରିଥିଲା। ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଜରିଆରେ ଏଗୁଡିକୁ ନଷ୍ଟ କରାଯାଇଥିବାବେଳେ ଭାରତର କେତେକ ସ୍ଥାନରେ ଏହାର ଭଗ୍ନାବଶେଷ ପଡିଥିଲା। ସଂଗ୍ରହ କରାଯାଇଥିବା ଭଗ୍ନାବଶେଷରୁ ଏଗୁଡିକ ବିଦେଶୀ ନିର୍ମିତ ବୋଲି ଜଣାପଡିଛି। ଅପରପକ୍ଷରେ ଭାରତ ସମ୍ପୂର୍ଣ୍ଣ କାରିଗରି କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ସାହାଯ୍ୟରେ ପାକିସ୍ତାନ ଉପରେ ଆକ୍ରମଣ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories