www.samajalive.in
Monday, December 15, 2025
26.1 C
Bhubaneswar

ଗୋପାଳପୁର ବେଳାଭୂମିର ମୁଖ୍ୟ ରାସ୍ତା କଡରେ ଦୋକାନ ନଖୋଲିବାକୁ ତାଗିଦ୍

ଗୋପାଳପୁର : ଗୋପାଳପୁର ବେଳାଭୂମିର ମୁଖ୍ୟ ରାସ୍ତା, ଫୁଟ ୱେ, ବେଳାଭୂମିରେ ଖୋଲିଥିବା ଉଠା ଦୋକାନ ସହ ଫୁଟ ଓ୍ବେ ରେ ଗାଡ଼ି ପାର୍କିଂକୁ ନେଇ  ଆଜି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ପହଂଚି ତାଗିଦ  କରିଛି । ବେଳାଭୂମିର ମୁଖ୍ୟ ରାସ୍ତାରେ ଗାଡ଼ି ପାର୍କିଂ ଓ ଉଠା ଦୋକାନୀ ମାନଙ୍କ କବଜାରେ ରହିଥିବାରୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ ହେବା ସହ ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ଯୋଗୁଁ ସେମାନଙ୍କୁ ଦୋକାନ ହଟାଇବା ପାଇଁ କହିଥିଲେ  । ନିର୍ଦ୍ଦେଶ ନମାନିଲେ ଆସନ୍ତାକାଲିଠାରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତାହାସହ ବେଳାଭୂମିରେ ରହିଥିବା ଉଠା ଦୋକାନୀ ମାନେ ସମୁଦ୍ର ନିକଟରେ ଦୋକାନ ପକାଇବା ସହ ମନ ଇଚ୍ଛା ଚେୟାର ପକାଇ ଗହଳି କରୁଥିବା ହେତୁ ଆସୁଥିବା ପର୍ଯ୍ୟଟକ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାକୁ ନଜରରେ ରଖି ସମୁଦ୍ରଠାରୁ ଦୂରରେ ଦୋକାନ ରଖିବା ସହ ପର୍ଯ୍ୟଟକଙ୍କ ବସିବା ପାଇଁ ୫ ଟି ଚେୟାର ରଖିବାକୁ ତାଗିଦ କରିଥିଲେ । ଦୋକାନ ନିକଟରେ ସଫା ସୁତରା ରଖିବା ସହ ଡଷ୍ଟବିନ ବ୍ୟବହାର କରିବାକୁ କହିଥିଲେ। ବିଚ ପାର୍କିଂ ଟେଣ୍ଡର ଧାରିକୁ ବେଳାଭୂମି ନିକଟକୁ ଗାଡ଼ି ନ ଛାଡିବା ପାଇଁ କହିଛନ୍ତି । ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଏନଏସି କର୍ମଚାରୀ, ବେଳାଭୂମି ସଫେଇ କର୍ମଚାରୀ  ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ପ୍ରତି ଦୁଇମାସରେ ଥରେ ଏନଏସି ପକ୍ଷରୁ ଏପରି ଭାବେ ଉଠା ଦୋକାନୀ ମାନଙ୍କୁ ତାଗିଦ୍ କରାଯିବା ସହ ଦୋକାନ ଖୋଲିବାକୁ ତାଗିଦ୍ କରାଯାଉଥିଲେ ମଧ୍ୟ ପୁଣିଥରେ ବେପାରୀ ମାନେ ଦୋକାନ ଖୋଲି ବେପାର ଆରମ୍ଭ କରି ଦେଇଥାନ୍ତି। ଏଣୁ ଏନଏସି ପକ୍ଷରୁ ଇନଫୋର୍ସମେଣ୍ଟ ଟିମ ଗଠନ କରାଯାଇ ନିୟମ ଖିଲାପ କରୁଥିବା ଦୋକାନୀ ଠାରୁ ଫାଇନ ଆଦାୟ  କରାଯିବାକୁ ସାଧାରଣରେ ଦାବି ହେଉଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories