www.samajalive.in
Thursday, December 11, 2025
14.1 C
Bhubaneswar

ପାକିସ୍ତାନକୁ ଆଉ ଏକ ଝଟକା: ଆମାଜନ-ଫ୍ଲିପକାର୍ଟରେ ବିକ୍ରି ହେବନି ପାକିସ୍ତାନୀ ପତାକା ଓ ସାମଗ୍ରୀ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦେଶର ଭାବନାକୁ ଧ୍ୟାନରେ ରଖି ସରକାର ଅନଲାଇନ ଇ-କମର୍ସ କମ୍ପାନୀଙ୍କୁ ଚେତାବନୀ ଦେଇଛନ୍ତି ଏବଂ ନୋଟିସ୍ ଜାରି କରିଛନ୍ତି । କେନ୍ଦ୍ର ଗ୍ରାହକ ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ) ଆମାଜନ ଇଣ୍ଡିଆ, ଫ୍ଲିପକାର୍ଟ, ୟୁବାଏ ଇଣ୍ଡିଆ, ଦ ଫ୍ଲାଗ୍ କମ୍ପାନୀ ଏବଂ ଦ ଫ୍ଲାଗ କର୍ପୋରେସନ ଭଳି ବଡ ଇ-କମର୍ସ କମ୍ପାନୀଙ୍କୁ ନୋଟିସ୍ ପଠାଇଛି । ଏହି କମ୍ପାନୀମାନଙ୍କ ଉପରେ ଅଭିଯୋଗ ଲାଗିଥିବା କି ଏମାନେ ନିଜ ପ୍ଲାଟଫର୍ମରେ ପାକିସ୍ତାନ ପତାକା ଏବଂ ପାକିସ୍ତାନ ସମ୍ପର୍କିତ କିଛି ସାମଗ୍ରୀ ବିକୁଥିଲେ ।

ସରକାରଙ୍କ କହିବାନୁସାରେ ଏଭଳି ସାମଗ୍ରୀର ବିକ୍ରି ଜାତୀୟ ଭାବନା ବିରୁଦ୍ଧ ଏବଂ କୌଣସି ବି ପରିସ୍ଥିତିରେ ଏହାକୁ ବରଦାସ୍ତ କରାଯିବନି । ସରକାର ଏହି ପ୍ଲାଟଫର୍ମଙ୍କୁ ଏଭଳି ସାମଗ୍ରୀକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ କମ୍ପାନୀ ଆଇନର ପାଳନ କରିବା ସହ ଆଗକୁ ମଧ୍ୟ ଏଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

- Advertisement -

ନିକଟରେ ସୀମାରେ ତିକ୍ତତା ପରେ ପଡୋଶୀ ଦେଶ ପାକିସ୍ତାନ ପାଇଁ ଭାରତବାସୀଙ୍କ ମନରେ କ୍ରୋଧର ବହ୍ନି ଜଳୁଛି । ଏଭଳି ସମୟରେ ଭାରତର ନାଗରିକ ପାକିସ୍ତାନ ବିରୁଦ୍ଧରେ କଠୋର ମନୋଭାବ ଦେଖାଉଛନ୍ତି । ଅନଲାଇନ ଓ୍ବେବସାଇଟରେ ପାକିସ୍ତାନୀ ପତାକା ବିକ୍ରି ହେବା ନିହାତି ନିନ୍ଦନୀୟ ବୋଲି କୁହାଯାଉଛି । ଯଦି କୌଣସି ଇ-କମର୍ସ କମ୍ପାନୀ ଏହି ନିୟମର ପାଳନ କରିବେନି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories