www.samajalive.in
Sunday, December 7, 2025
13.1 C
Bhubaneswar

ଆକ୍ରମଣ କରି ଭତ୍ତା ଟଙ୍କା ଛଡ଼ାଇବାକୁ ଉଦ୍ୟମ

ଝାରସୁଗୁଡ଼ା : ସିନ୍ଦନୀମାଲ ପଞ୍ଚାୟତର କୋଇଲଗା ଗ୍ରାମ ନିକଟସ୍ଥ ରାସ୍ତାରେ ଭତ୍ତା ଟଙ୍କା ନେଇ ଆସୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଆକ୍ରମଣ କରି ଟଙ୍କା ଛଡ଼ାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ଏହି ଉଦ୍ୟମରେ ସେମାନେ ବିଫଳ ହୋଇଛନ୍ତି।

ସୂଚନା ଅନୁସାରେ, କୋଲାବିରା ଥାନା ଗହ୍ମାପାଳି ଗ୍ରାମର ଈଶ୍ବର ଚନ୍ଦ୍ର ନାଏକ ୭ଲକ୍ଷ ଭତ୍ତା ଟଙ୍କା ନେଇ ବାଇକରେ ଆସୁଥିଲେ। ଏହି ସମୟରେ ଦୁଇ ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏହି ଉଦ୍ୟମରେ ସେମାନେ ବିଫଳ ହୋଇଥିଲେ ହେଲେ ଆକ୍ରମଣ ଯୋଗୁଁ ଈଶ୍ବର ବାଇକରୁ ପଡ଼ିଯାଇ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବ୍ରଜରାଜନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଆକ୍ରମଣ କରିଥିବା ଦୁଇ ଜଣ ଦୁର୍ବୃତ୍ତ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories