www.samajalive.in
Monday, December 15, 2025
15.1 C
Bhubaneswar

୧କ୍ଵିଣ୍ଟାଲ ୨୦ କେଜି ୬୭୦ ଗ୍ରାମ ଗଞ୍ଜେଇ: କାର ଜବତ, ୨ ଗିରଫ

ରେଙ୍ଗାଲିକ୍ୟାମ୍ପ: ଚୋରା ଗଞ୍ଜେଇ କାରବାର  ତାର କାୟା ବିସ୍ତାର ଉତ୍ତରପ୍ରଦେଶରୁ ସମ୍ବଲପୁର ପର୍ଯ୍ୟନ୍ତ ହେଉଥିବା ଖବର ଅତାବିରା ପୁଲିସ ପାଖରେ ପହଞ୍ଚିଥିଲା। ଏହି କାରବାରରେ ଲିପ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ତାର ପ୍ରୟାସ ଜାରି ରଖିଥିଲା। ଶନିବାର ୨ ଅଭିଯୁକ୍ତକୁ ଧରିବାରେ ଅତାବିରା ପୁଲିସ ସଫଳ ହୋଇଛି ।

ଫୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ପୂର୍ବାହ୍ନ ୧୧ ଟା ସମୟରେ  ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଏକ   କାର ଦ୍ରୁତ ବେଗରେ ଅତାବିରା ଦେଇ ଯାଉଥିବା ବେଳେ  ସରଣ୍ଡା ଛକରେ  କାରର ଆଗ ଚକଟି ପଙ୍କଚର୍ ହୋଇଯାଇଥିଲା। ସେହି କାରର ଆଗରେ ଓକିଲମାନଙ୍କର ଟାଏର ପ୍ରତୀକ ଓ ପଛପଟେ ଖାଟୁ ଶ୍ୟାମ ବାବାଙ୍କ ଧନୁତୀରର ସଂକେତ ରହିଥିଲା । କାରର ଗତି ଓ ଗାଡ଼ିରେ ରହିଥିବା ସଂକେତକୁ ଦେଖି  ପୁଲିସ ସନ୍ଦେହ କରିଥିଲା। କାରରେ ଥିବା  ଜଣେ ବ୍ୟକ୍ତି ବବି ଖାଁକୁ କିଛି ପଚାରିବାରୁ ସିଧାସଳଖ ଭାବରେ କଥାବାର୍ତ୍ତା  ନ କରି ସେ ନିଜକୁ ପୁଲିସ ବୋଲି କହିଥିଲା।

- Advertisement -

ଫୁଲିସ କାର ଭିତରରେ ଯାଞ୍ଚ କରିବାରୁ  ସେଠାରେ ଗଞ୍ଜେଇ ପ୍ୟାକେଟ ରହିଥିବା ଦେଖିବାକୁ ପାଇଥିଲା। ଏହି ଗଞ୍ଜେଇ ସେ ତା ଘରକୁ ନେଉଛି ବୋଲି ଅଭିଯୁକ୍ତ ପୁଲିସ କହିଥିଲା। ପୁଲିସ  କାରରେ ଥିବା ବବି ଖାଁ  ଓ ସୁଜିତ୍ ସାହୁଙ୍କୁ ଗିରଫ କରିଥିଲା। ଏହାସହ ୧କ୍ଵିଣ୍ଟାଲ ୨୦ କେଜି ୬୭୦ ଗ୍ରାମ ଗଞ୍ଜେଇ ସମେତ ସେମାନେ ବ୍ୟବହାର କରିଥିବା କାର, ଦୁଇଟି ମୋବାଇଲ ଓ ନଗଦ ୪୨ ଶହ ଟଙ୍କା ଜବତ କରିଛି । ବବି ଖାଁ (୪୫) ଉତ୍ତରପ୍ରଦେଶର ଶିକାରା  ଚୌରାହା , ମିର୍ମାସ ମହଲା , ଜୌନପୁର  ଏବଂ ଯୋଗ ସୂତ୍ର ରଖୁଥିବା ବ୍ୟକ୍ତି ସୁଜିତ୍ ସାହୁ  ସୁବର୍ଣ୍ଣପୁର ଜିଲାର ଉଲୁଣ୍ଡା ଥାନା ଅନ୍ତର୍ଗତ ପତ୍ରାପାଲି  ବାସିନ୍ଦା ବୋଲି ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories