www.samajalive.in
Monday, December 15, 2025
15.1 C
Bhubaneswar

୫ ଆନ୍ତଃରାଜ୍ୟ ଲୁଟେରା ଗିରଫ: ୨ ଟ୍ରକ ଓ କାର ଜବତ

ଆଠଗଡ: ଆଠଗଡ ପୁଲିସ ଏକ ଆନ୍ତଃରାଜ୍ୟ ଲୁଟେରା ଦଳର ୫ଜଣ ଲୁଟିଆଙ୍କୁ ଧରିବାରେ ସଫଳ ହୋଇଛି। ଆଠଗଡ ଏସଡିପିଓଙ୍କ କାର୍ଯ୍ୟାଳୟରେ ପୁଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂହ ଉପସ୍ଥିତ ରହି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଗତ ୯ ତାରିଖ ରାତିରେ ଆଠଗଡ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ କନ୍ଦରପୁରଠାରେ ନିର୍ମାଣାଧୀନ ମେଗା ପାନୀୟଜଳ ପ୍ରକଳ୍ପରୁ ପାଇପ ଚୋରି ହେଉଥିବା ନେଇ ଖବର ପାଇଥିଲେ । ତୁରନ୍ତ ପୁଲିସ ପାଟ୍ରୋଲିଂ ଗାଡି ସେଠାରେ ପହଞ୍ଚିବାରେ ୧୦ରୁ ୧୨ ଜଣ ଏହି ପାଇପ୍ ଚୋରି କାର୍ଯ୍ୟରେ ଲିପ୍ତ ଥିଲେ। ପୁଲିସ ଅଧିକାରୀ ପରିଚୟ ମାଗିବାରେ ସଂପୃକ୍ତ ଯୁବକଙ୍କର ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏକ କାରରେ କିଛି ଯୁବକ ସେଠାରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ପୁଲିସ ମହାରାଷ୍ଟ୍ର ନମ୍ବର ବିଶିଷ୍ଟ ଦୁଇଟି ଟ୍ରକ ଜବତ କରି ଥାନାକୁ ଆଣିଥିଲା। ପୁଲିସ ରବିବାର ବିଳମ୍ବିତ ରାତିରେ ବୀରକିଶୋରପୁର ଛକ ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନେ ଯେଉଁ କାରରେ ଫେରାର ହୋଇଯାଇଥିଲେ ତାହାକୁ ଜବତ କରିଥିଲା। ବାହାର ରାଜ୍ୟରୁ ଲୋଡିଂ ନେଇ ଆସୁଥିବା ଗାଡି ଗୁଡିକ ଟ୍ରାନ୍ସପୋର୍ଟ ଏଜେନ୍ସିକୁ ବ୍ୟବହାର କରି ଏଭଳି ଚୋରି ଜିନିଷ ନେଉଥିବା ପୁଲିସ ସୂଚନା ଦେଇଥିଲା। ଦୁଇଟି ଟ୍ରକ ମଧ୍ୟରୁ ଗୋଟିକରେ ଜଳ ଯୋଗାଣ ପାଇଁ ଉଦ୍ଦିଷ୍ଟ ୧୪ଟି ବଡ ପାଇପ ଓ ଅନ୍ୟ ଗାଡିରେ ୩ଟି ପାଇପ ବୋଝେଇ ହୋଇଥିଲା। ସଂପୃକ୍ତ ଲୁଟିଆ ଦଳ ପ୍ରାୟ ୪୦-୪୫ ଲକ୍ଷ ଟଙ୍କା ମୂଲ୍ୟର ପାଇପ ଚୋରି କରିବାର ଯୋଜନା କରିଥିଲେ ବୋଲି ପଚରାଉଚରା ବେଳେ ଧରାପଡିଥିବା ଅଭିଯୁକ୍ତ ପୁଲିସ ଆଗରେ ସ୍ବୀକାର କରିଥିଲେ। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୩ଟି ମୋବାଇଲ ଫୋନ ଓ ପରିଚୟ ପତ୍ର ଜବତ କରିଛି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ସିଂହ କହିଛନ୍ତି।

- Advertisement -

ସେହିପରି ଟ୍ରାନ୍ସପୋର୍ଟ ଏଜେନ୍ସି ବିଷୟରେ ତଦନ୍ତ କରାଯିବା ସହ ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ନେଟଓ୍ବର୍କ ବିଷୟରେ ପର୍ଦ୍ଦାଫାଶ କରାଯିବ ବୋଲି ଏସପି କହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ମନୋଜ ସିଂହ, ମୁକେଶ ସିଂହ, ଅମିତ ସିଂହ ଏବଂ ଆଠଗଡର ଦୁଇ ଜଣ ମନୋଜ ଦେହୁରୀ ଓ ରାଜେନ୍ଦ୍ର ମହାନ୍ତି। ମନୋଜ ଦେହୁରୀ ନାମରେ ଆଠଗଡ ଥାନାରେ ଦୁଇଟି ଓ ଖୁଣ୍ଟୁଣୀ ଥାନାରେ ୩ଟି ମାମଲା ଥିଲା ବେଳେ ରାଜେନ୍ଦ୍ର ନାମରେ ମଧ୍ୟ ଥାନାରେ ଅଭିଯୋଗ ରହିଛି। ସାମ୍ବାଦିକ ସମ୍ମିଳନୀରେ ଆଠଗଡ ଏସଡିପିଓ ବିଶ୍ବଜିତ ମହାନ୍ତି, ଆଠଗଡ ଥାନା ଆଇଆଇସି ସୁମତି ମହାନ୍ତି ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories