www.samajalive.in
Tuesday, December 9, 2025
26.1 C
Bhubaneswar

ଦିଲ୍ଲୀ ପ୍ରେସ୍‌ କ୍ଲବ୍‌ ସଦସ୍ୟ ହେବେ ମମତା

ନୂଆଦିଲ୍ଲୀ : ଦେଶର ପ୍ରଧାନମନ୍ତ୍ରୀ ହେବାକୁ ପ୍ରୟାସ ଚଳାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିଲ୍ଲୀ ପ୍ରେସ୍‌ କ୍ଲବ୍‌ର ସଦସ୍ୟ ହେବା ପାଇଁ ଆବେଦନ କରିଛନ୍ତି। କଲକାତାରୁ ପ୍ରକାଶିତ ତୃଣମୂଳ କଂଗ୍ରେସର ମୁଖପତ୍ର ‘ଜାଗୋ ବାଂଲା’ର ସମ୍ପାଦିକା ଭାବେ ସେ କଲକାତା ପ୍ରେସ୍‌ କ୍ଳବ୍‌ର ସଦସ୍ୟା ଅଛନ୍ତି। ଏହି ଆଧାରରେ ସେ ଦିଲ୍ଲୀ ପ୍ରେସ୍‌ କ୍ଲବ୍‌ ସଦସ୍ୟ ପଦ ପାଇଁ ଆବେଦନ କରିଛନ୍ତି। ଏବେ ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପାଗ ବାନ୍ଧିଥିବା ମମତା ଜାତୀୟ ଗଣମାଧ୍ୟମଗୁଡ଼ିକ ସହିତ ସମ୍ପର୍କ ବୃଦ୍ଧି କରିବା ଲକ୍ଷ୍ୟରେ ଦିଲ୍ଲୀ ପ୍ରେସ୍‌ କ୍ଲବ୍‌ର ସଦସ୍ୟା ହେବାକୁ ଚାହୁଁଥିବା ପ୍ରକାଶ। ଏହି ପରିପ୍ରେକ୍ଷୀରେ ଚଳିତ ମାସ ଶେଷରେ ନିଜର ଏକ ପୁସ୍ତକ ଦିଲ୍ଲୀ ପ୍ରେସ୍‌ କ୍ଲବ୍‌ରେ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରଖିଛନ୍ତି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories