www.samajalive.in
Monday, December 15, 2025
16.1 C
Bhubaneswar

ଦମ୍ ଦେଖାଇଲା ହାରୋପ, ଇସ୍ରାଏଲଠାରୁ ଆଣିଥିଲା ଭାରତ

ସମାଜ ଡିଜିଟାଲ ଡେସ୍କ: ଭାରତ ଗୁରୁବାର ଅପରେସନ ‘ସିନ୍ଦୂର’ର ୨ୟ ଦିନରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାଯୁକ୍ତ ରାଡାର ଏଚକ୍ୟୁ-୯କୁ ଭାରତ ଧ୍ବଂସ କରିଦେଇଛି। ତେବେ ଏହି ରାଡାରକୁ ଧ୍ବଂସ କରିଛି ଏକ ଡ୍ରୋନ। ଯାହାର ନାଁ ହେଉଛି ହାରୋପ। ହାରୋପ ଡ୍ରୋନକୁ ଭାରତ ଇସ୍ରାଏଲଠାରୁ ଆଣିଥିଲା। ଇସ୍ରାଏଲ ଏହି ଡ୍ରୋନ ଜରିଆରେ ହମାସ ଆତଙ୍କୀ ସଂଗଠନକୁ ନିପାତ କରିବାରେ ସଫଳ ହୋଇଥିବାବେଳେ ଭାରତ ବି ଅପରେସନ ‘ସିନ୍ଦୂର’ରେ ତାହାର ଉପଯୋଗ କରିଛି।

ଏଚକ୍ୟୁ-୯ ଚୀନ ଦ୍ଵାରା ନିର୍ମିତ ଉନ୍ନତ ରାଡାର। ଭାରତ ଏହାକୁ ଧ୍ବଂସ କରିବା ପରେ ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ବଡ଼ ଝଟକା ଲାଗିଛି। ପାକିସ୍ତାନୀ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ କହିଛନ୍ତି ଯେ, ଏହି ଆକ୍ରମଣରେ ୪ ସୈନିକ ଆହତ ହୋଇଛନ୍ତି।

- Advertisement -

ହାରୋପ ଡ୍ରୋନର ବିଶେଷତ୍ଵ:

ହାରୋପ ଡ୍ରୋନର ରେଞ୍ଜ ୧ ହଜାର କିଲୋମିଟର। ଏହା ୬ ଘଣ୍ଟା ପର୍ଯ୍ୟନ୍ତ ଉଡ଼ିପାରିବ। ଏହାର ଓଜନ ୧୩୫ କିଲୋଗ୍ରାମ। ଇଲେକଟ୍ରୋ ଅପ୍ଟିକାଲ/ଇନଫ୍ରାରେଡ ଦ୍ଵାରା ଏହାର ମାର୍ଗଦର୍ଶନ କରାଯାଇଥାଏ। ରାଡାର ଏହାକୁ ଠାବ କରିପାରିବ ନାହିଁ। ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ଏହା ଉଡ଼ିପାରେ। ଅତ୍ୟନ୍ତ ସଠିକତାର ସହିତ ଏହା ଲକ୍ଷ୍ୟଭେଦ କରିଥାଏ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories