www.samajalive.in
Sunday, December 14, 2025
23.1 C
Bhubaneswar

ଜମାକାରୀଙ୍କ ନିକଟରୁ କୋଟି କୋଟି ଟଙ୍କା ଠକେଇ, ୨ ଗିରଫ

କଟକ: ରାଜ୍ୟ କ୍ରାଇମବ୍ରାଞ୍ଚ  ଭିନ୍ନ ଭିନ୍ନ ୨ଟି ମାମଲାରେ ଅନଲାଇନ ପୁଞ୍ଜିନିବେଶ ଏବଂ ସେୟାର ବଜାରରେ ନିବେଶ କରି କୋଟିପତି ହେବାର ଆଶା ଦେଖାଇ ଜମାକାରୀଙ୍କ ନିକଟରୁ କୋଟି କୋଟି ଟଙ୍କା ଠକି ନେଇଥିବା ୦୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
୨୦୨୩ ମସିହା ଅକ୍ଟୋବର ୦୪  ତାରିଖରେ କଟକ ଜିଲ୍ଲା  ପୁରୀଘାଟ ଥାନା ଅଞ୍ଚଳରେ ରହୁଥିବା  ୫୦ ବର୍ଷୀୟ  ଜଣେ ବ୍ୟକ୍ତି ସେୟାର ବଜାରରେ ଟଙ୍କା ନିବେଶ କରି ଠକାମିର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ପ୍ରଥମେ ତାଙ୍କୁ ଏକ ହ୍ୱାଟ୍ସଆପ୍ ଗୃପରେ ଯୋଡିଥିଲେ । ଏହାସହ ନକଲି ଆପ୍ ମାଧ୍ୟମରେ ସେୟାର ବଜାରରେ ଟଙ୍କା ନିବେଶ କରିବାକୁ ପ୍ରୋତ୍ସାହିତ କରିଥିଲେ। ପ୍ରାରମ୍ଭରେ ସାଇବର ଅପରାଧୀମାନେ ତାଙ୍କୁ କିଛିକିଛି ଲାଭ ଟଙ୍କା ଫେରସ୍ତ କରୁଥିଲେ। ଫଳରେ ସେ  ବିଶ୍ୱାସ କରି ଅନେକ ଟଙ୍କା ନିବେଶ କରିଥିଲେ।
ପରବର୍ତ୍ତୀ ସମୟରେ  ଆଇପିଓ ମାଧ୍ୟମରେ ତାଙ୍କୁ  ନକଲି ଋଣ ଅଫର ଦେଇ ଦେଢ଼ କୋଟି ଟଙ୍କା ଫେରସ୍ତ କରିବାକୁ ଅପରାଧୀ ମାନେ  ଚାପ ପକାଇଥିଲେ। ପରବର୍ତ୍ତୀ ସମୟରେ ସାଇବର ଅପରାଧୀ ମାନେ ତାଙ୍କଠାରୁ ୨.୩୬ କୋଟି ଟଙ୍କା ଠକି ନେଇଥିଲେ। ଏ ସଂକ୍ରାନ୍ତରେ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି କୋଲକାତାର ନିଖିଲ ଜୟସ୍ୱାଲଙ୍କୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ହାଇଦ୍ରାବାଦରୁ ମହମ୍ମଦ ଜାକିଙ୍କୁ  ଗିରଫ କରାଯାଇଥିଲା।
ଅଭିଯୁକ୍ତ ନିଖିଲ ଅଭିଯୋଗକାରୀଙ୍କ ଠାରୁ ୧.୪୧ କୋଟି ଟଙ୍କା ଠକି ନେଇଥିଲା। ତଦନ୍ତ ଟିମ୍ ତାଙ୍କଠାରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଚାଟ୍ ର ସ୍କ୍ରିନ ସଟ, ଆଧାର ଏବଂ ପାନ୍ କାର୍ଡ, ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରିଛନ୍ତି। ଅନେକ ବ୍ୟାଙ୍କ ଖାତାକୁ ଫ୍ରିଜ୍ କରାଯାଇଛି। ଅନ୍ୟ ସହଯୋଗୀ ଓ ଟଙ୍କାର କାରବାର  ଉପରେ ପୋଲିସ ତଦନ୍ତ କରୁଛି।
୨. ସେହିପରି ଅନ୍ୟ ଏକ ମାମଲାରେ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ, ଓଡ଼ିଶା  ତାପସ ହଲଦାର (୨୮)ଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି । ଏହି ମାମଲାରେ ଅଭିଯୁକ୍ତ ଜଣକ  ମୋଟ ୬.୦୪ କୋଟି ଟଙ୍କା ଠକି ନେଇଥିବା ଜଣାପଡିଛି। ପୁଞ୍ଜିନିବେଶ, ସେୟାର ବଜାର ଏବଂ ଆଇପିଓ ମାଧ୍ୟମରେ ଅଧିକ ଟଙ୍କା ରୋଜଗାର କରିବାର ବଶବର୍ତ୍ତୀ ହୋଇ ଭୁବନେଶ୍ୱରର ରହୁଥିବା ଜଣେ ଡାକ୍ତର ଏହି ଠକାମିର ଶିକାର ହୋଇଥିଲେ। ପ୍ରଥମେ ସାଇବର ଅପରାଧୀମାନେ ପୁଞ୍ଜି ନିବେଶ କରିବା ନାମରେ ସାଢେ ତିନି ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟ।ୟରେ  ୬.୦୪.୫୩.୦୦୦/- ଟଙ୍କା ଠକି ନେଇଥିଲେ।
ପରବର୍ତ୍ତୀ ସମୟରେ ଜମା କରିଥିବା ଟଙ୍କା ଉଠାଇବାକୁ ଚେଷ୍ଟା କରି ଡାକ୍ତର ଜଣକ ବିଫଳ ହେବାରୁ ଠକାମିର ଶିକାର ହେବା ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ। ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗକାରୀ ଡାକ୍ତର ୮ଟି ଭିନ୍ନଭିନ୍ନ  ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୬.୦୪.୫୩.୦୦୦/- ଟଙ୍କା ପଠାଇଥିଲେ। ଏହାପରେ ସାଇବର ଅପରାଧୀମାନେ  ସେହି ଟଙ୍କାକୁ ୨୨ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ପରବର୍ତ୍ତୀ ସମୟରେ ଚେକ୍ ଓ ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଇ ନେଇଥିଲେ ।
ପୂର୍ବରୁ ଏହି ମାମଲାରେ ପୋଲିସ ଦାର୍ଜିଲିଂର ଅଶୋକ ନନ୍ଦ ଓ ଜୟରାଣୀ ବସକକୁ ଗିରଫ କରିଥିଲା। ତଦନ୍ତ ଟିମ୍ ତାଙ୍କଠାରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଚାଟ୍ ର ସ୍କ୍ରିନ ସଟ, ଆଧାର ଏବଂ ପାନ୍ କାର୍ଡ, ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରିଛି। ଅନେକ ବ୍ୟାଙ୍କ ଖାତାକୁ ଫ୍ରିଜ୍ କରାଯାଇଛି। ଅନ୍ୟ ସହଯୋଗୀ ଓ ଟଙ୍କାର କାରବାର  ଉପରେ ପୋଲିସ ତଦନ୍ତ କରୁଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories