www.samajalive.in
Monday, December 15, 2025
15.1 C
Bhubaneswar

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମତିଥି ଅବସରରେ ପଲ୍ଲି କବିତାରେ ଓଡ଼ିଆ ଅସ୍ମିତା

ଭୁବନେଶ୍ବର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟ ଜୟନ୍ତୀ ଅବସରରେ “ପଲ୍ଲି କବିତାରେ ଓଡ଼ିଆ ଅସ୍ମିତା” ସଂକ୍ରାନ୍ତୀୟ ଏକ ଦିବସୀୟ ଆଲୋଚନାଚକ୍ର ଗୁରୁ କେଳୁ ଚରଣ ଓଡିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ବର ଠାରେ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ମୁଖ୍ୟଅତିଥି ରୂପେ ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନର  ସଭାପତି ସମୀର ରଞ୍ଜନ ମହାନ୍ତି ଯୋଗଦେଇ ଯୁବ ଗବେଷକ ମାନଙ୍କୁ ଓଡ଼ିଶାର ଗ୍ରାମ ସମାଜ ଓ ଭାଷା ସାହିତ୍ୟ ଉପରେ ପର୍ଯ୍ୟାପ୍ତ ଗବେଷଣା କରିବାକୁ ଆହ୍ବାନ ଦେଇଥିଲେ ଏଥି ସହିତ ଓଡ଼ିଶାର ପୌରାଣିକ ବ୍ୟାଖ୍ୟାନ ଉପରେ ଗୁରୁତ୍ୱାରୋପ କରିଥଲେ।

ଏହି ଅବସରରେ ରାଜ୍ୟ ବିଜେପିର ଉପସଭାପତି ଗୋଲକ ମହାପାତ୍ର ଯୋଗଦେଇ ଓଡ଼ିଶା ବୀରତ୍ୱର ଇତିହାସ, ପାରମ୍ପରିକ ଖାଦ୍ୟର ପ୍ରାଧାନ୍ୟ ଓ ଜଗନ୍ନାଥ ସଂସ୍କୃତି ସହିତ ପଲ୍ଲିକବି ନନ୍ଦକିଶୋର ବଳଙ୍କ କବିତା ଉପରେ ଆଲୋଚନା କରିଥଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଅଭିନେତା ତଥା ଶତାବ୍ଦୀର କଳାକାରର ଅଧକ୍ଷ  ଧୀର ମଲ୍ଲିକ ଯୋଗଦେଇ ମଧୁବାବୁଙ୍କ ଜୀବନୀ ଓ ଓଡ଼ିଶା ପାଇଁ ତାଙ୍କ ଅବଦାନ ଓ ଓଡ଼ିଆ ସ୍ଵାଭିମାନ ଉପରେ ଆଲୋକପାତ କରିଥଲେ। ବିଶିଷ୍ଟ ଔପନ୍ୟାସିକ କାଳନ୍ଦୀ ସାମଲ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଆ କବିତାର ଶୈଳୀ ଓ ଲୋକଗୀତ ସହିତ ପର୍ବ ପର୍ବାଣୀ ଉପରେ ଆଲୋଚନା କରିଥଲେ।

- Advertisement -

ସଭାର ସଭାପତି ପ୍ରାଧ୍ୟାପକ ବସନ୍ତ ପଣ୍ଡା ଓଡ଼ିଆ ଅସ୍ମିତା ଓ ମଧୁବାବୁଙ୍କ ଜୀବନର ବିଭିନ୍ନ ଉଲ୍ଲେଖନୀୟ ଘଟଣା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶିଷ୍ଟ ଗୀତିକାର ପଞ୍ଚାନନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଏକ ଦିବସୀୟ ଆଲୋଚନା ଚକ୍ରରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ବିଶିଷ୍ଟ ସାହିତ୍ୟିକ , ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଗବେଷକ ଓ ଛାତ୍ରଛାତ୍ରୀମାନେ ବିଭିନ୍ନ ଗବେଷଣା ନିବନ୍ଧମାନ ଉପସ୍ଥାପନ କରିଥିଲେ। ଏଥିସହିତ ଯୁବ କବିମାନଙ୍କ ଦ୍ଵାରା କବିତା ପରିବେଷଣ ମଧ୍ଯ କରଯାଇଥିଲା। ଏହି ଆସରରେ ପଦ୍ମଶ୍ରୀ ଶ୍ୟାମାମଣି ଦେବିଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ପ୍ରାରମ୍ଭିକ  ପର୍ଯ୍ୟାୟରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣରୁ ଉଦ୍ଘାଟନ ସଭା ଆରମ୍ଭ ହୋଇଥିବାବେଳେ ବିଶିଷ୍ଟ ଲେଖକ ବିଜୟ ମଲ୍ଲ ସଭା ପରିଚାଳନା କରିଥିଲେ। ପ୍ରସିଦ୍ଧ ଲେଖକ ପଂଞ୍ଚାନନ ନାୟକ ଓ ସମାଜସେବୀ ଅଜିତ କୁମାର ଦାସଙ୍କ ସହ ଅନ୍ୟ ସହଯୋଗୀମାନଙ୍କ ପ୍ରମୁଖ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories