ଫାଇନାଲରେ ମେରି କମ୍‍

0

ଗୋଲଡ୍‍ କୋଷ୍ଟ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ମହିଳା ବକ୍ସିଂ ଇଭେଣ୍ଟରେ ବୁଧବାର ଭାରତକୁ ମିଶ୍ରିତ ଫଳ ମିଳିଛି। ପାଞ୍ଚଥରର ବିଶ୍ୱ ଚମ୍ପିଆନ ତଥା ଅଲିମ୍ପିକ ପଦକ ବିଜୟିନୀ ମେରି କମ୍‍ ଆଶାନୁଯାୟୀ ତାଙ୍କ ବର୍ଗରେ ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ଅନ୍ୟ ଦୁଇ ବକ୍ସର ପିଙ୍କି ରାଣୀ ଓ ଏଲ.ସରିତା ଦେବୀ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ବୁଧବାର ୪୮ କିଗ୍ରା ବର୍ଗ ସେମିଫାଇନାଲ ମୁକାବିଲାରେ ମେରି କମ୍‍ ୫-୦ ପଏଣ୍ଟରେ ଶ୍ରୀଲଙ୍କାର ଅନୁଷା ଦିଲରୁକ୍‍ସଙ୍କୁ ପରାସ୍ତ କରିଛନ୍ତି। ଫାଇନାଲରେ ମେରି ନର୍ଦନ ଆୟରଲାଣ୍ଡର କ୍ରିଷ୍ଟିନା ଓ’ହାରାଙ୍କୁ ଭେଟିବେ। ଏହି ବିଜୟ ସହ ମେରି କମ୍‍ ଅତିକମରେ ରୌପ୍ୟପଦକ ପାଇବା ନିଶ୍ଚିତ ହୋଇପଡିଛି। ବୁଧବାର ମହିଳା ୫୧ କିଗ୍ରା ବର୍ଗ କ୍ୱାର୍ଟର ଫାଇନାଲରେ ପିଙ୍କି ରାଣୀ ୨-୩ ପଏଣ୍ଟରେ ଇଂଲଣ୍ଡର ଲିସା ହ୍ୱାଇଟସାଇଡ୍‍ଙ୍କଠାରୁ ପରାସ୍ତ ହୋଇଥିବାବେଳେ ୬୦ କିଗ୍ରା ବର୍ଗରେ ସରିତା ୦-୫ ପଏଣ୍ଟରେ ଅଷ୍ଟ୍ରେଲିଆର ଆନ୍‍ଜା ଷ୍ଟ୍ରାଇଡ୍‍ସମ୍ୟାନଙ୍କଠାରୁ ହାରିଯାଇଛନ୍ତି।ବକ୍ସିଂ: ପିଙ୍କି, ସରିତା କ୍ୱାର୍ଟରରେ ପରାସ୍ତ ,ଫାଇନାଲରେ ମେରି କମ୍‍
ଗୋଲଡ୍‍ କୋଷ୍ଟ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ମହିଳା ବକ୍ସିଂ ଇଭେଣ୍ଟରେ ବୁଧବାର ଭାରତକୁ ମିଶ୍ରିତ ଫଳ ମିଳିଛି। ପାଞ୍ଚଥରର ବିଶ୍ୱ ଚମ୍ପିଆନ ତଥା ଅଲିମ୍ପିକ ପଦକ ବିଜୟିନୀ ମେରି କମ୍‍ ଆଶାନୁଯାୟୀ ତାଙ୍କ ବର୍ଗରେ ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ଅନ୍ୟ ଦୁଇ ବକ୍ସର ପିଙ୍କି ରାଣୀ ଓ ଏଲ.ସରିତା ଦେବୀ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ବୁଧବାର ୪୮ କିଗ୍ରା ବର୍ଗ ସେମିଫାଇନାଲ ମୁକାବିଲାରେ ମେରି କମ୍‍ ୫-୦ ପଏଣ୍ଟରେ ଶ୍ରୀଲଙ୍କାର ଅନୁଷା ଦିଲରୁକ୍‍ସଙ୍କୁ ପରାସ୍ତ କରିଛନ୍ତି। ଫାଇନାଲରେ ମେରି ନର୍ଦନ ଆୟରଲାଣ୍ଡର କ୍ରିଷ୍ଟିନା ଓ’ହାରାଙ୍କୁ ଭେଟିବେ। ଏହି ବିଜୟ ସହ ମେରି କମ୍‍ ଅତିକମରେ ରୌପ୍ୟପଦକ ପାଇବା ନିଶ୍ଚିତ ହୋଇପଡିଛି। ବୁଧବାର ମହିଳା ୫୧ କିଗ୍ରା ବର୍ଗ କ୍ୱାର୍ଟର ଫାଇନାଲରେ ପିଙ୍କି ରାଣୀ ୨-୩ ପଏଣ୍ଟରେ ଇଂଲଣ୍ଡର ଲିସା ହ୍ୱାଇଟସାଇଡ୍‍ଙ୍କଠାରୁ ପରାସ୍ତ ହୋଇଥିବାବେଳେ ୬୦ କିଗ୍ରା ବର୍ଗରେ ସରିତା ୦-୫ ପଏଣ୍ଟରେ ଅଷ୍ଟ୍ରେଲିଆର ଆନ୍‍ଜା ଷ୍ଟ୍ରାଇଡ୍‍ସମ୍ୟାନଙ୍କଠାରୁ ହାରିଯାଇଛନ୍ତି।

Leave A Reply