www.samajalive.in
Sunday, December 14, 2025
17.1 C
Bhubaneswar

ଡେଲାଙ୍ଗରେ ନକଲି ହନୁମାନ ମୁଦ୍ରା ଓ ଜାଲ ନୋଟ୍‌ ରାକେଟ୍‍ ଠାବ, ୩ ଗିରଫ

ପିପିଲି: ନକଲି ହନୁମାନ ମୁଦ୍ରା ଓ ଜାଲ ନୋଟ୍‌ ଦେଇ ଠକୁଥିବା ଏକ ଗୋଷ୍ଠୀର ୩ଜଣ ସଦସ୍ୟଙ୍କୁ ଡେଲାଙ୍ଗ ପୁଲିସ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ଚନ୍ଦନପୁର ଥାନା ଅଞ୍ଚଳର ତୋଫାନ ବାରିକ (୩୨), ବରଗଡ ଜିଲା ପଦ୍ମପୁର ଥାନା ଅଞ୍ଚଳର ଶ୍ରୀନିବାସ ସାହୁ (୩୪) ଓ ବୁଡେନ ଥାନା ଅଞ୍ଚଳର ପ୍ରଦୀପ ଅଗ୍ରୱାଲ (୩୫)। ସେମାନଙ୍କଠାରୁ ଏକ ନକଲି ହନୁମାନ ପଇସା ସମେତ ମୋବାଇଲ ଫୋନ, କାର୍‍, ରଙ୍ଗିନ ଜେରକ୍ସ ଓ ପ୍ରିଣ୍ଟିଂ ମେସିନ, କେମିକାଲ ରଙ୍ଗ ଓ କିଛି କାଗଜ ବିଡାକୁ ପୁଲିସ ଜବତ କରିଛି।

ସୂଚନା ଅନୁଯାୟୀ, ଡେଲାଙ୍ଗ ଥାନା ସାଦପଡା ଗ୍ରାମର ବଳରାମ ଦାସଙ୍କଠାରୁ ଅଭିଯୁକ୍ତ ତୋଫାନ ବାରିକ ୭୫ ହଜାର ଟଙ୍କା ନେଇଥିଲା। ବଳରାମ ତାଙ୍କୁ ବାରମ୍ବାର ଟଙ୍କା ଫେରସ୍ତ ମାଗିବାରୁ ତୋଫାନ ତାଙ୍କୁ ଏକ ନକଲି ହନୁମାନ ମୁଦ୍ରା ଦେଇଥିଲା ଓ ଉକ୍ତ ମୁଦ୍ରା ବଦଳରେ ସେ ୩ଲକ୍ଷ ଟଙ୍କା ପାଇବ ବୋଲି ମିଥ୍ୟା ଭରସା ଦେଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ମୁଦ୍ରାଟି ନକଲି ବୋଲି ଜଣାପଡିବାରୁ ୭୫ହଜାର ଟଙ୍କା ଫେରସ୍ତ କରି ଉକ୍ତ ମୁଦ୍ରାକୁ ନେଇଯିବାକୁ ତୋଫାନଙ୍କୁ ବଳରାମ କହିଥିଲେ। ତେବେ ତୋଫାନ ନିଜର ଅନ୍ୟଦୁଇ ସହଯୋଗୀ ଶ୍ରୀନିବାସ ସାହୁ ଓ ପ୍ରଦୀପ ଅଗ୍ରୱାଲଙ୍କ ସହ ଏକ କାରରେ ଗୁରୁବାର ରାତିରେ ସାଦପଡା ଗ୍ରାମରେ ପହଞ୍ଚି ବଳରାମଙ୍କୁ ଭେଟିଥିଲେ । ତାଙ୍କୁ ୧ଲକ୍ଷ ଟଙ୍କା ଦେଲେ ତା’ ପ୍ରତିବଦଳରେ ସେମାନେ ବଳରାମଙ୍କୁ ୫ଲକ୍ଷ ଟଙ୍କାର ନକଲି ନୋଟ୍‍ ଦେବେ ବୋଲି ତୋଫାନ ତାଙ୍କୁ କହିଥିଲା। ଏହି ସମୟରେ କିଛି ଗ୍ରାମବାସୀଙ୍କ ସହଯୋଗରେ ଉପରୋକ୍ତ ୩ଅଭିଯୁକ୍ତଙ୍କୁ ଧରି ଶୁକ୍ରବାର ଦିନ ଡେଲାଙ୍ଗ ପୁଲିସର ଜିମା ଦିଆଯାଇଥିଲା। ଖବରପାଇ ପିପିଲି ଏସ୍‍ଡିପିଓ ଦେବାଶିଷ ମିଶ୍ର, ଡେଲାଙ୍ଗ ଥାନାଧିକାରୀ ଶ୍ୟାମଘନ ବାରିକ, ତଦନ୍ତକାରୀ ଅଧିକାରୀ ଏଏସ୍‍ଆଇ କୁଳମଣୀ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ। ଏ ନେଇ ବଳରାମଙ୍କ ଅଭିଯୋଗ ଆଧାରରେ ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହିତ ସେମାନଙ୍କଠାରୁ ମୋବାଇଲ ଫୋନ୍‍, ନକଲି ହନୁମାନ ମୁଦ୍ରା, ଏକ ରଙ୍ଗିନ ଜେରକ୍ସ ଓ ପ୍ରିଣ୍ଟିଂ ମେସିନ, କେମିକାଲ ରଙ୍ଗ ଡବା ଆଦିକୁ ଜବତ କରିଛି।

- Advertisement -

ସେହିପରି ଶ୍ରୀନିବାସ ସାହୁଙ୍କ ଲିଖିତ ଅଭିଯୋଗ ଅଧାରରେ ଡେଲାଙ୍ଗ ଥାନାରେ ବଳରାମ ଦାସ(୨୪)ଙ୍କ ନାମରେ ଅନ୍ୟଏକ ମାମଲା ରୁଜୁ ହୋଇଥିବା ବେଳେ ବଳରାମଙ୍କୁ ପୁଲିସ ଗିରଫ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories