www.samajalive.in
Saturday, December 13, 2025
26.1 C
Bhubaneswar

ସ୍ମାର୍ଟ ମିଟରିଂ ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି : ବିଦ୍ୟୁତ ସଂଯୋଗ ହୋଇନି, କିନ୍ତୁ ବିଲ ଆସୁଛି

ଲାଞ୍ଜିଗଡ: ବିଦ୍ୟୁତ ବିଭାଗରେ ସ୍ୱଛତା ଓ ବିତରଣରେ ପାରଦର୍ଶିତା ଆଣିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍ମାର୍ଟ ମିଟର ସ୍ଥାପନ ସହିତ ସ୍ମାର୍ଟ ଗ୍ରାହକ ତିଆରି କରିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ସେହିପରି ଗ୍ରାହକଙ୍କୁ ପୁରସ୍କୃତ ଓ ସମ୍ମାନିତ କରିବାକୁ ମଧ୍ୟ ଯୋଜନା ସହିତ ପ୍ରଚାର ପ୍ରସାର କରାଯାଉଛି।
କିନ୍ତୁ ଅନ୍ୟପକ୍ଷରେ ସେଇ ସ୍ମାର୍ଟ ମିଟର ନାଁରେ ଗ୍ରାହକଙ୍କୁ ମାତ୍ରାଧିକ ଶୋଷଣ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ହେଉଛି। ଏପରିକି ବିଦ୍ୟୁତ ସଂଯୋଗ ହୋଇନଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ବିଲ ଆସୁଛି। ଏହିଭଳି ଘଟଣା ଲାଞ୍ଜିଗଡ଼ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭୁଲ ବିଲିଂ ପାଇଁ ବାସିନ୍ଦାମାନେ ଦାବି କରୁଛନ୍ତି ଯେ ବିଦ୍ୟୁତ୍ ବ୍ୟବହାର ନ କରିବା ସତ୍ତ୍ୱେ ବିଲ୍ ସୃଷ୍ଟି କେମିତି ହେଉଛି ।
ଏହି ସମସ୍ୟା ସ୍ମାର୍ଟ ମିଟରିଂ ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି ବୋଲି ଅଞ୍ଚଳରେ ଆଲୋଚନା କରାଯାଉଛି।
ଏ ସ୍ମାର୍ଟ ମିଟର କେବଳ ଉପଭୋକ୍ତା ମାନଙ୍କୁ ଶୋଷଣ କରିବା ପାଇଁ ତିଆରି କରାଯାଇଛି । ଆମକୁ ସ୍ମାର୍ଟ ମିଟର ଦରକାର ନାହିଁ ଆମକୁ ସେହି ସାଧାରଣ ମିଟର ଲଗାନ୍ତୁ ବୋଲି ଲାଞ୍ଜିଗଡ଼ ଅଂଚଳରେ ଦାବି ହେଉଛି । କାନ୍ଥରେ ମିଟର ଲାଗେଇ ଦେଲା ପରେ ବିଦ୍ୟୁତ ତାର ସହିତ ସଂଯୋଗ ହେଉ କି ନ ହେଉ ତାଙ୍କର କିଛି ମତଲବ ନାହିଁ କିନ୍ତୁ ମାସ ପୁରିଲେ ବିଲ ଘରକୁ ଯିବ ନଚେତ ହ୍ଵାଟ୍ସଆପ ମାଧ୍ୟମରେ ବିଲ ଉପଭୋକ୍ତା ପାଖକୁ ପହଞ୍ଚିଯିବ।
ଏଭଳି ସମସ୍ୟାକୁ ନେଇ ବିଭାଗୀୟ ଯନ୍ତ୍ରୀ ରୁଦ୍ର ନାରାୟଣ ସାହୁ ଏବଂ ଦୀପ ନାରାୟଣ ମହନ୍ତଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ କର୍ଣ୍ଣପାତ କରୁନାହାନ୍ତି। ବିଦ୍ୟୁତ ବିଭାଗ କେବଳ ମାର୍ଚ୍ଚ ମାସ ଆସିଲେ ପୁରା ଦଳ ବଳ ସହିତ ଗାଡ଼ି ଘୋଡ଼ା ଧରି ଘରକୁ ଘର ବୁଲନ୍ତି ବିଲ ପଇଠ କର ନଚେତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି କହନ୍ତି। ଏହି କାମଟି କିନ୍ତୁ ତାଙ୍କର ସଠିକ୍ ସମୟରେ କରନ୍ତି ବୋଲି ଅଞ୍ଚଳର ଉପଭୋକ୍ତାମାନେ ଅଭିଯୋଗ କରନ୍ତି।
ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନନେଲେ ଅଞ୍ଚଳରେ ଏକ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଆଲୋଚନା ହେଉଛି। ଏଣୁ ସମୟ ଥାଉଁଣୁ ପଦକ୍ଷେପ ନନେଲେ ଏକ ବଡ଼ ଧରଣର ଆନ୍ଦୋଳନ ହେବାର ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ବିଭାଗୀୟ ଯନ୍ତ୍ରୀ ରୁଦ୍ର ନାରାୟଣ ସାହୁ ଙ୍କୁ ପଚାରିବାରୁ କାହିଁକି ଏମିତି ହୋଇଛି, ବିନା ବିଦ୍ୟୁତ ସଂଯୋଗ ରେ ବିଲ ଆସିବା କଥା ନୁହଁ ତାହା ତଦନ୍ତ କଲେ ଜଣା ପଡିବ କିନ୍ତୁ ଆମ ପାଖକୁ ଏଭଳି ଅଭିଯୋଗ ଆସିନି ବୋଲି ପ୍ରକାଶ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories