www.samajalive.in
Saturday, December 13, 2025
18.1 C
Bhubaneswar

ପ୍ରଫେସର ବଖାଣିଲେ ଆତଙ୍କୀ ଆକ୍ରମଣରେ କେମିତି ବଞ୍ଚାଇଲେ ଜୀବନ..

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ପହଲଗାମରେ ଆକ୍ରମଣକୁ ନେଇ ସମଗ୍ର ଦେଶ ପ୍ରତିଶୋଧ ନିଆଁରେ ଜଳୁଛି। ବିଭିନ୍ନ ମହଲରୁ ଏହି ଲୋମହର୍ଷଣକାରୀ ଘଟଣାକୁ ନିନ୍ଦା କରାଯାଉଛି। ମଙ୍ଗଳବାର ଅପରାହ୍ନରେ ଜମ୍ମୁ-କାଶ୍ମୀର ପହଲଗାମ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ୧୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀମାନେ ପହଲଗାମ୍ ଭ୍ରମରେ ଆସିଥିବା ପର୍ଯ୍ୟଟକ ମାନଙ୍କୁ ତାଙ୍କର ଧର୍ମ ପଚାରି ଗୁଳି କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ପର୍ଯ୍ୟଟକ ମାନଙ୍କୁ କଲମା ପଢିବାକୁ କୁହାଯାଇଥିଲା। ଯେଉଁମାନେ କଲମା ପଢିଲେ , ସେମାନେ ବର୍ତ୍ତିଗଲେ। ଆଉ ଯେଉଁମାନେ କଲମା ପଢି ପାରିଲେନାହିଁ , ସେମାନଙ୍କୁ ଚିରନିଦ୍ରାରେ ଶୁଣାଇଦେଲେ ଆତଙ୍କୀ। ଏସବୁ ମଧ୍ୟରେ କଲମା ପଢି ଆତଙ୍କୀଙ୍କ ଗୁଳିରୁ ବର୍ତ୍ତିଯାଇଛନ୍ତି ଆସାମ ୟୁନିଭର୍ସିଟିରେ ବଙ୍ଗଳୀ ବିଭାଗର ସହାୟକ ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟ । ସେ କଲମା ପଢି ଜାଣିଥିଲେ। ତେଣୁ ଆତଙ୍କୀମାନେ ତାଙ୍କୁ ଛାଡିଦେଇଥିଲେ। ଦେବାଶିଷ କହିଛନ୍ତି ଆତଙ୍କୀ ହମଲା ସମୟରେ ସେ ବେସରନ ଘାଟିରେ ନିଜ ପରିବାର ସହ ଥିଲେ। ଏକ ଗଛ ମୂଳେ ସେ ନିଜ ପରିବାର ସହ ବସିଥିଲେ। ସେହି ସମୟରେ ତାଙ୍କ ଆଖପାଖ ଲୋକ କଲମା ପଢୁଥିଲେ। ସେମାନଙ୍କଠାରୁ ଶୁଣି ସେ ମଧ୍ୟ କଲମା ପଢିବା​‌ ଆରମ୍ଭ କରିଦେଇଥିଲେ। କିଛି ସମୟ ପରେ ଯେତେବେଳେ ଆତଙ୍କବାଦୀମାନେ ତାଙ୍କ ଆଡକୁ ବଢିଥିଲେ ସେ ଜୋର ଜୋରରେ କଲମା ପଢିବା ଆରମ୍ଭ କରିଥିଲେ। ଏହାପରେ ଆତଙ୍କବାଦୀମାନେ କୌଣସି କାରଣରୁ ସେଠାରୁ ଫେରିଯାଇଥିଲେ। ଏହାପରେ ସୁଯୋଗ ଦେଖି ପ୍ରଫେସର ଚୁପଚାପ ନିଜ ପତ୍ନୀ ଏବଂ ପୁଅ ସହ ସେଠାରୁ ଲୁଚି କରି ଖସି ପଳାଇଥିଲେ। ପାଖାପାଖି ଦୁଇ ଘଣ୍ଟା ଚାଲିବା ପରେ ଏବଂ ଘୋଡା ପାଦ ଚିହ୍ନକୁ ଅନୁସରଣ କରି ସେ ଶେଷରେ ହୋଟେଲରେ ପହଞ୍ଚିବାରେ ସଫଳ ହୋଇଥିଲେ। ଆହୁରି ସେ ମଧ୍ୟ କହିଥିଲେ ମୋର ବିଶ୍ଵାସ ହେଉନି ଯେ ମୁଁ ଜୀବିତ ଅଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories