ବ୍ରହ୍ମପୁର ଏସିଡ୍ ଆକ୍ରମଣ ଘଟଣା : ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ପ୍ରଧାନ ଗିରଫ

0

ବ୍ରହ୍ମପୁର : ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜରେ ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ ଘଟଣାରେ ଵ୍ରହ୍ମପୁର ପୋଲିସକୁ  ବଡ ସଫଳତା ମିଳିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଏସିଡ୍ ଆକ୍ରମଣର ଶିକାର ଛାତ୍ରୀଙ୍କ  ସ୍ୱାମୀ ନିରଞ୍ଜନ ପ୍ରଧାନ ଗିରଫ ହୋଇଛି।
ନିରଞ୍ଜନଙ୍କୁ ଵ୍ରହ୍ମପୁର ପୋଲିସର ସ୍ୱତନ୍ତ୍ର ଦଳ ନଭି ମୁମ୍ବାଇ ଇଲକାରୁ ଗିରଫ କରିଛି ।
ଗତ ନଭେମ୍ବର ୧୬ ତାରିଖ ୨୦୧୭ରେ ଛାତ୍ରୀ ତଥା ନିଜ ପତ୍ନୀଙ୍କ ଉପରେ ଏସିଡ୍ ମାଡ କରି  ନିରଞ୍ଜନ ଫେରାର ଥିଲା।
ଗୁରୁତର ଆହତ ନମିତା ପ୍ରଥମେ ଏମ୍ କେ ସି ଜି ଓ ପରେ କଟକ ଏସ ସି ବି ମେଡ଼ିକାଲରେ ଚିକିତ୍ସା ହୋଇଥିଲେ।
ଘଟଣା ପର ଠାରୁ ଫେରାର ରହି ନିରଞ୍ଜନ ନମିତାଙ୍କ ପରିବାର ବର୍ଗଙ୍କୁ  ଧମକ ଦେଉଥିଲେ । ପୋଲିସ ସହ ଦୀର୍ଘ ଦିନର ଲୁଚ କାଳି ଖେଳ ପରେ ମଙ୍ଗଳବାର ନଭି ମୁମ୍ବାଇର କପ୍ରିଗାଁ ସେକ୍ଟରର ୨୬ ଅଂଚଳରୁ ଗିରଫ ହୋଇଥିଲା। ଆଜି ସେଠାକାର କୋର୍ଟରେ ହାଜର କରି ନିରଞ୍ଜନକୁ ଟ୍ରାନଜିଟ ରିମାଣ୍ଡରେ  ପୋଲିସ ବ୍ରହ୍ମପୁର ଆଣୁଛି । ଘଟଣା ସମ୍ପର୍କରେ ଆସନ୍ତା କାଲି ଵ୍ରହ୍ମପୁର ଏସ ପି ପିନାକ ମିଶ୍ର ଗଣମାଧ୍ୟମକୁ  ବିସ୍ତୃତ ସୂଚନା ଦେବେ।

Leave A Reply