www.samajalive.in
Monday, December 15, 2025
16.1 C
Bhubaneswar

ପହଲଗାମ ଆତଙ୍କୀ ଆକ୍ରମଣ, ୨୬ ମୃତ ସୂଚନା

ଡେସ୍କ: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୯ ପୁଲଓ୍ଵାମା ଆକ୍ରମଣ ପରେ ଉପତ୍ୟକାରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଇଛି।

ମଙ୍ଗଳବାର ସକାଳେ ପର୍ଯ୍ୟଟକଙ୍କ ଏକ ଦଳ ବୁଲିବାକୁ ଯାଇଥିବା ବେଳେ ବୈଶରଣରେ ଏହି ଆକ୍ରମଣ ହୋଇଥିଲା।ବୈଶରଣରେ ଏକତ୍ରିତ ହୋଇଥିବା ପର୍ଯ୍ୟଟକମାନେ ଓଡିଶା, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଗୁଜରାଟ ସମେତ ଅନେକ ରାଜ୍ୟରୁ ଆସିଥିଲେ।

- Advertisement -

ନିଷିଦ୍ଧ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଛାୟା ସଂଗଠନ ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ହେଁ ଏହା ନିଶ୍ଚିତ କରୁଥିବା ସରକାରୀ ବିବୃତିକୁ ଅପେକ୍ଷା କରାଯାଇଛି। ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରି ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି। ଏହାପରେ ଶ୍ରୀ ଶାହା ଶ୍ରୀନଗରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିବା ମୋଦି ତାଙ୍କ ଗସ୍ତକୁ ବାତିଲ କରି ବୁଧବାର ସକାଳେ ଭାରତରେ ପହଂଚିବେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories