www.samajalive.in
Monday, December 15, 2025
16.1 C
Bhubaneswar

ଡ୍ରେନ ନିର୍ମାଣ କାମ ନିମ୍ନ ମାନର ଅଭିଯୋଗ

ପାଟଣା : ସାହାରପଡାଠାରୁ କେନ୍ଦୁଝରକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ତିଆରି କାମ ଆଜକୁ ପାଞ୍ଚ ବର୍ଷ ହେଲାଣି ଚାଲିଛି । ଦୁଇ ବର୍ଷ ତଳେ ଜଣେ ଠିକାଦାର କାମ ଅଧା କରି ଛାଡି ଚାଲି ଯାଇଥିଲେ। ପୁଣି ଦୁଇ ବର୍ଷ ପରେ ନୂତନ ଠିକାଦାର ନିଯୁକ୍ତ କରି ବାକିଆ କାମ କରା ଯାଉଛି । ବିଲା ଛକରେ  ରାସ୍ତା କଡରେ ଡ୍ରେନ ତିଆରି ହେଉଛି । ଶହେ ମିଟର ଡ୍ରେନକୁ ଦୁଇ ମାସ ସମୟ ଲାଗିଲାଣି କିନ୍ତୁ କାମ ସରୁ ନାହିଁ । ଠିକାଦାର ନିଜ ଇଛାରେ କାମ କରୁଛନ୍ତି । କାମ ପୁଣି ଏତେ ନିମ୍ନ ମାନର ଯେ ଏହା ଅଳ୍ପ ଦିନରେ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । କିଛି ସ୍ଥାନରେ କଂକ୍ରିଟ ଖସି ଯାଇଥିବାରୁ ସେ ସ୍ଥାନରେ ପୁନର୍ବାରକାମ ନକରି ହାତରେ କିଛି ସିମେଣ୍ଟ ଗୋଳା ଚିପ୍ସକୁ ହାତରେ ଘଷି ଦିଆଯାଉଛି । ଗୋଟିଏ ପାଣି ମାଡ଼ରେ ଡ୍ରେନଟି ଭୁଶୁଡି ପଡ଼ିବ ବୋଲି ଲୋକେ ଅଭିଯୋଗ କରିଛନ୍ତି। କାମଟିକୁ ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଠିକ ଭାବରେ କରାଯାଉ ବୋଲି ସ୍ଥାନୀୟ ଅଧିବାସୀ ମତ ରଖିଛନ୍ତି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories