www.samajalive.in
Monday, December 15, 2025
15.1 C
Bhubaneswar

ସିପିଆଇ ନେତା ଦିବାକର ନାୟକଙ୍କ ପରଲୋକ

ଭୁବନେଶ୍ବର : ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କର ୭୨ ବର୍ଷରେ ପରଲୋକ ହୋଇଯାଇଛି। ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନ ଠାରେ ଶନିବାର ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ସେ ବୃକକ୍ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ଦିବାକର କମ୍ୟୁନିଷ୍ଟ ଆନ୍ଦୋଳନର ଅଗ୍ରଣୀ ନେତା ଥିଲେ। ଆଜୀବନ ସଂଗ୍ରାମୀ କମ୍ରେଡ ନାୟକ ସମାଜ ପରିବର୍ତ୍ତନ ପାଇଁ କମ୍ୟୁନିଷ୍ଟ ମୂଲ୍ୟବୋଧ, ତ୍ୟାଗ, ସଂଘର୍ଷ ଏବଂ ଉତ୍ସର୍ଗୀକୃତ ସରଳ ଜୀବନଶୈଳୀର ଉଦାହରଣ ସୃଷ୍ଟି କରିଛନ୍ତି। ସେ ଏକାଧାରାରେ ମାର୍କ୍ସବାଦୀ ଦର୍ଶନରେ ପରିପକ୍ୱତା ହାସଲ ସହିତ ଜଣେ ବାଗ୍ମୀ, ମାର୍କ୍ସବାଦୀ ସାହିତ୍ୟ ଲେଖକ, ସୁସଂଗଠକ ଏବଂ ବହୁଜନ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଦିବାକର କମ୍ୟୁନିଷ୍ଟ ଆନ୍ଦୋଳନର ଜଣେ ମହାନ ସଂଗ୍ରାମୀ ନେତା ଥିଲେ ବୋଲି ସିପିଆଇ(ଏମ୍) ଅଭିହିତ କରିଛି। ସାମ୍ପ୍ରତିକ କଠିନ ରାଜନୈତିକ ପରିସ୍ଥିତିରେ ତାଙ୍କର ମୃତ୍ୟୁ ବାମ ଏବଂ ଗଣତାନ୍ତ୍ରିକ ଆନ୍ଦୋଳନ ପାଇଁ ଅପୂରଣୀୟ କ୍ଷତି ବୋଲି ସିପିଆଇ(ଏମ୍) ଓଡ଼ିଶା ରାଜ୍ୟ କମିଟି ତରଫରୁ କୁହାଯାଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସିପିଆଇ(ଏମ୍)ର ବରିଷ୍ଠ ନେତା ଜନାର୍ଦନ ପତି, ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ, ଦୁଷ୍ମନ୍ତ କୁମାର ଦାସ, ଜମେଶ୍ବର ସାମନ୍ତରାୟ ଏବଂ ବଦ୍ରି ନାରାୟଣ ଦାଶ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ସିପିଆଇ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଅନ୍ତିମ ଦର୍ଶନ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଥିବାବେଳେ ଦଳ ପକ୍ଷରୁ ଦେବୀ ପ୍ରସାଦ ମିଶ୍ର ଭଗବତୀ ଭବନ ଯାଇ ଦିବାକରଙ୍କ ଅନ୍ତିମ ଦର୍ଶନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories