www.samajalive.in
Sunday, December 14, 2025
17.1 C
Bhubaneswar

ରାମକୃଷ୍ଣ ମିଶନ ସାଧୁ ହରାଇଲେ ୨.୫ କୋଟି

ଭୋପାଳ: ସାଇବର ଅପରାଧୀଙ୍କ ଦ୍ବାରା ଡିଜିଟାଲ ଆରେଷ୍ଟର ଶିକାର ହୋଇ ସାଧାରଣ ଲୋକେ ନିଜର କଷ୍ଟୋପାର୍ଜିତ ଅର୍ଥ ହରାଉଥିବା ଘଟଣା ପ୍ରାୟତଃ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଏ ପ୍ରସଙ୍ଗରେ ସରକାରଙ୍କ ତରଫରୁ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ସୁଦ୍ଧା ଏଭଳି ଘଟଣା ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରିତ ହୋଇପାରୁନାହିଁ। ସାଧାରଣ ଲୋକଙ୍କ କଥା ଛାଡନ୍ତୁ, ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଚାରପତି, ଶିକ୍ଷାବିତ, ସାମ୍ବାଦିକମାନେ ମଧ୍ୟ ସାଇବର ଅପରାଧୀଙ୍କ ଏଭଳି ଜାଲରେ ଛନ୍ଦି ହୋଇପଡିଥିବାର ଏକାଧିକ ଦୃଷ୍ଟାନ୍ତ ରହିଛି। ନିକଟରେ ମଧ୍ୟପ୍ରଦେଶର ଗ୍ବାଲିୟରସ୍ଥିତ ରାମକୃଷ୍ଣ ମିଶନର ଜଣେ ସାଧୁ ଏଭଳି ଠକାମିର ଶିକାର ହୋଇଥିବା ଜଣାପଡିଛି। ସାଇବର ଅପରାଧୀମାନେ ସ୍ବାମୀ ସୁପ୍ରଦୀପ୍ତାନନ୍ଦ ମହାରାଜଙ୍କୁ ଦୀର୍ଘ ୨୬ ଦିନ ଧରି ଡିଜିଟାଲ ଆରେଷ୍ଟରେ ରଖିଥିବାବେଳେ ତାଙ୍କଠାରୁ ଅନଲାଇନରେ ୨.୫୨ କୋଟି ଟଙ୍କା ଲୁଟି ନେଇଛନ୍ତି।
ସୂଚନା ମୁତାବକ ମାର୍ଚ୍ଚ ୧୭ରେ ସ୍ବାମୀ ସୁପ୍ରଦୀପ୍ତାନନ୍ଦଙ୍କ ମୋବାଇଲକୁ ଏକ ଭିଡିଓ କଲ ଆସିଥିଲା। ଅପରପାର୍ଶ୍ବରେ ଥିବା ବ୍ୟକ୍ତି ନିଜକୁ ମହାରାଷ୍ଟ୍ର ନାସିକ ପୁଲିସର ବରିଷ୍ଠ ଅଧିକାରୀ ଭାବେ ପରିଚୟ ଦେଇଥିଲେ। ଜେଟ୍‌ ଏୟାରଲାଇନ୍ସ ମାଲିକ ନରେଶ ଗୋଏଲଙ୍କ ବିରୋଧରେ ଥିବା ଏକ ଅର୍ଥ ହେରଫେର ମାମଲାରେ ସ୍ବାମୀ ସୁପ୍ରଦୀପ୍ତାନନ୍ଦଙ୍କ ନାମ ଉଲ୍ଲେଖ କରାଯାଇଥିବା କୁହାଯାଇଥିଲା। ଯଦି ତଦନ୍ତ ପ୍ରକ୍ରିୟାରେ ସହଯୋଗ ନ କରନ୍ତି, ତେବେ ତାଙ୍କୁ ଗିରଫ କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଥିଲା। ଏଥିରେ ସ୍ବାମୀଜୀ ଘାବରେଇ ଯାଇଥିଲେ। ଏହା ପରେ ସାଇବର ଠକମାନେ ତାଙ୍କୁ କ୍ରମାଗତ ୨୬ ଦିନ ଧରି ଜେରା କରିବା ସହ ନିର୍ଦିଷ୍ଟ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ସ୍ବାମୀଜୀ ୧୨ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୨.୫୨ କୋଟି ଟଙ୍କା ଅନଲାଇନରେ ପଠାଇଥିଲେ। ତଦନ୍ତ ଶେଷ ହେବା ପରେ ଏପ୍ରିଲ ୧୫ରେ ସବୁ ଟଙ୍କା ଫେରସ୍ତ କରାଯିବ ବୋଲି ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ସମୟସୀମା ଅତିକ୍ରାନ୍ତ କରିବା ପରେ ସ୍ବାମୀଜୀ ଠକାମିର ଶିକାର ହୋଇଥିବା ଜାଣି ଗ୍ବାଲିୟର ଏସ୍‌ପିଙ୍କ ନିକଟରେ ଏତଲା ଦାଏର କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories