www.samajalive.in
Saturday, December 6, 2025
26.1 C
Bhubaneswar

ଆଜିଠୁ ସମୁଦ୍ରରେ ମାଛଧରା ମନା

ଭୁବନେଶ୍ଵର:  ଆଜିଠୁ ଓଡିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ। ଏପ୍ରିଲ ୧୫ ତାରିଖରୁ  ଜୁନ୍ ୧୪ ତାରିଖ ଯାଏଁ ମାଛଧରା ନେଇ କଟକଣା ଜାରି କରାଯାଇଛି। ପ୍ରଜନନ ସମୟରେ ମାଛ ବଂଶ ବୃଦ୍ଧି ତଥା ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉର୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ଓଡିଶା ମତ୍ସ୍ୟ ନିର୍ଦେଶାଳୟ ପକ୍ଷରୁ ଗଞ୍ଜାମ, କୁଜଙ୍ଗ, ବାଲେଶ୍ଵର ଓ ପୁରୀ ମତ୍ସ୍ୟ ଅଧିକାରୀ ଙ୍କୁ ଏ ନେଇ ଚିଠି କରାଯାଇଛି। ଓଡିଶା ମେରାଇନ୍ ଫିସିଂ ରେଗୁଲେସନ୍ ଆକ୍ଟର କଡାକଡି ପାଳନ ପାଇଁ ନିର୍ଦେଶ ରହିଛି। ଆଇନ୍ ଅମାନ୍ୟ କଲେ ମତ୍ସ୍ୟଜୀବୀ ଙ୍କୁ ଜେଲ ଓ ଜରିମାନା ଭୋଗିବାକୁ ପଡିପାରେ। ମାଛ ଧରା ବନ୍ଦ ଦ୍ଵାରା କେବଳ ପାରାଦୀପରେ ପ୍ରାୟ ୭ ଶହ ଟ୍ରଲର ମାଛ ଧରିବାରୁ ବଞ୍ଚିତ ରହିବେ। ଏବଂ ସେଥିରେ ନିୟୋଜିତ ଥିବା ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଦୁଇ ମାସ ଯାଏଁ ହାତ ବାନ୍ଧି ବସିବେ ବୋଲି ସୂଚନା ମିଳିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories