www.samajalive.in
Sunday, December 14, 2025
23.1 C
Bhubaneswar

ମହିଳାଙ୍କୁ ମଦ ପିଆଇ ତଣ୍ଟି ଚିପିଲେ, ଅର୍ଦ୍ଧଦଗ୍ଧ ମୃତଦେହକୁ ନଦୀରେ ଫିଙ୍ଗିଲେ

ଇଟାବା : ଉତ୍ତରପ୍ରଦେଶ ଇଟାବାରେ ଜମିବାଡି ବିବାଦରୁ ଜଣେ ମହିଳାଙ୍କୁ ହତ୍ୟା କରି ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହକୁ ନଦୀରେ ଫିଙ୍ଗି ଦେବା ଘଟଣା ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ ଜଣେ ଜମିବାଡି ଡିଲର୍‌ ଓ ତାଙ୍କର ଆଉ ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛନ୍ତି ବୋଲି ଜଣାପଡିଛି।

ଅଭିଯୁକ୍ତ ଶିବେନ୍ଦ୍ର ଯାଦବ (୨୬) ଓ ତାଙ୍କ ସହଯୋଗୀ ଗୌରବ (୧୯) ଉକ୍ତ ୨୫ ବର୍ଷୀୟ ଯୁବତୀଙ୍କୁ ଜମିବାଡି କାଗଜପତ୍ର ଦେବାକୁ ଡକାଇଥିଲେ। ଏହାପରେ ସେମାନେ ମହିଳାଙ୍କୁ ମଦ ପିଆଇବା ପରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଳାଇବା ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନଦୀରେ ଫିଙ୍ଗି ଦେଇଥିଲେ। ପାଞ୍ଚ ଦିନ ଧରି ଯୁବତୀ ଜଣକ ନିଖୋଜ ରହିବା ପରେ ଶନିବାର ନଦୀ ନିକଟରୁ ତାଙ୍କ ମୃତଦେହ ଜବତ କରାଯାଇଥିଲା।
ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ନଦୀ ନିକଟରେ ଯୁବତୀଙ୍କ ଜଳିଯାଇଥିବା ସ୍କୁଟି ଦେଖି ଜମିବାଡି ଡିଲର୍‌ ଉପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ମୃତ ଯୁବତୀଙ୍କ ଭଉଣୀଙ୍କ କହିବାନୁସାରେ ଜମିବାଡି ଡିଲର୍‌ ଭଉଣୀ ଠାରୁ ଜମି ପାଇଁ ୬ ଲକ୍ଷ ଟଙ୍କା ନେଇଥିଲେ। ଜମି କାଗଜପତ୍ର ଦେବା ପାଇଁ ଡକାଇ ଭଉଣୀର ହତ୍ୟା କରାଯାଇଛି।

୪୦୦ରୁ ବି କମ୍‌ ୧୫୦ ଦିନିଆ ରିଚାର୍ଜ ପ୍ଲାନ୍‌ ; ଡାଟା ସହ ମିଳିବ ଏସବୁ ସୁବିଧା

- Advertisement -

ଦେଖନ୍ତୁ ଭିଡିଓ ; ଝଗଡା କଲେ ସ୍ୱାମୀ, ଛାତରୁ ଠେଲି ଦେଲେ ସ୍ତ୍ରୀ

୭ଟି ଉପାୟ ; ଶୀଘ୍ର ହେବ ବିବାହ, ମିଳିବ ମନପସନ୍ଦର ଜୀବନସାଥୀ, ଜମା ହେବନି ବିଳମ୍ବ

ବର୍ଷେ ପରେ ସୂର୍ଯ୍ୟଙ୍କ ମହାଚଳନ ; ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ଚାକିରି, ବିବାହ, ବଢିବ ଦରମା..

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories