www.samajalive.in
Monday, December 15, 2025
24.1 C
Bhubaneswar

ଭୁବନେଶ୍ଵରରେ ଦୃଷ୍ଟିବାଧିତ ମା’ କୋଳରୁ ଶିଶୁକୁ ଚୋରି କରିନେଲେ ଦୁର୍ଦୃତ୍ତ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀରେ ପିଲା ଚୋରି। ଜଣେ ଦୃଷ୍ଟି ବାଧିତ ମହିଳାଙ୍କ କୋଳରୁ ପିଲା ଚୋରି କରିନେଇଛନ୍ତି ଦୁର୍ବୃତ୍ତ। ଭୁବନେଶ୍ଵରର ରାମମନ୍ଦିର ନିକଟରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ମହିଳା ଏ ସମ୍ପର୍କରେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମହିଳା ଜଣକ ରାମ ମନ୍ଦିର ନିକଟରେ ଭିକ୍ଷାବୃତ୍ତି ସହିତ ବିଭିନ୍ନ ସମାଗ୍ରୀ ବିକ୍ରି କରି ପରିବାର ପୋଷଣ କରନ୍ତି। ତାଙ୍କର ଏକ ଦେଢ଼ ବର୍ଷର ଶିଶୁ ଏବଂ ଆଉ ଏକ ୪ ବର୍ଷର ଶିଶୁକନ୍ୟା ରହିଛନ୍ତି। ଶନିବାର ରାତିରେ ମହିଳା ଜଣକ ରାମ ମନ୍ଦିର ପାଖରେ ଶୋଇଥିଲେ। କେହି ଦୁର୍ବୃତ୍ତ ଆସି ତାଙ୍କ କୋଳରୁ ପିଲାକୁ ଝାମ୍ପି ନେଇଥିବା ମହିଳା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶିଶୁଟିକୁ ଖୋଜିବାକୁ ଉଦ୍ୟମ ଚଳାଇଛି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories