www.samajalive.in
Monday, December 15, 2025
14.1 C
Bhubaneswar

ସାଙ୍ଗଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ଭିସୁଟ୍‌ ଛାତ୍ରୀ

ବୁର୍ଲା : ସାଙ୍ଗଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଭିସୁଟ୍‌ ଛାତ୍ରୀ ଫିସେରି ପଏଣ୍ଟରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି । ମାର୍ଚ୍ଚ ୧୩ ତାରିଖରେ ଅଠରହଜାର ସାଇଫନରେ ବୁଡ଼ିଯାଇ ଜଣେ ଭିସୁଟ୍‌ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା ।

ଭିସୁଟ୍‌ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଶେଷବର୍ଷ ଛାତ୍ରୀ ଶାଶ୍ବତୀ ଭୋଇ (୨୦) ଗୁରୁବାର  ୭ ଜଣ ସାଙ୍ଗଙ୍କ ସହ ଅପରାହ୍ଣରେ ହୀରାକୁଦ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ । ଫିସେରି ପଏଣ୍ଟରେ ସେମାନେ ଗାଧୋଉଥିବାବେଳେ ହଠାତ୍‌ ଜଣେ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ଏହାଦେଖି ଶାଶ୍ବତୀ ତୁରନ୍ତ ସାଙ୍ଗକୁ ଉଦ୍ଧାର କରିବାକୁ ଯାଇଥିଲେ, ସାଙ୍ଗଙ୍କୁ ଉଦ୍ଧାର କଲେ କିନ୍ତୁ ସେଠାରେ ଅଧିକ ପାଣି ଥିବାରୁ ନିଜେ ବୁଡ଼ି ଯାଇଥିଲେ । ଅନ୍ୟ ସାଙ୍ଗମାନେ ନିକଟରେ ଥିବା ୩ଜଣ ଯୁବକଙ୍କୁ ସହାୟତା ପାଇଁ ଡାକିଥିଲେ । ସେମାନେ ଆସି ଜଣେ ଛାତ୍ରୀଙ୍କୁ ପାଣିରୁ ବାହାର କରିଥିଲେ, ପରେ ଶାଶ୍ବତୀଙ୍କୁ ପାଣିରୁ ବାହାର କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଶାଶ୍ବତୀ ବରଗଡ଼ର ପୃଥ୍ୱୀରାଜ ଭୋଇଙ୍କ ଝିଅ ବୋଲି ଜଣାପଡିଛି । ଆଜି ଶାଶ୍ବତୀ ତାଙ୍କ ମା’ଙ୍କୁ ଫୋନକରି ବୁର୍ଲା ଆସିବାକୁ କହିଥିଲେ, କିନ୍ତୁ ସେ ଆସନ୍ତାକାଲି ଯିବି ବୋଲି କହିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories