www.samajalive.in
Monday, December 15, 2025
15.1 C
Bhubaneswar

ବଳାତ୍କାର ମାମଲାରେ କୁଳଦୀପ ସିଙ୍ଗାର ଦୋଷୀ ହୋଇଥିଲେ ଆମେ ଆତ୍ମହତ୍ୟା କରିବୁ: ବିଧାୟକଙ୍କ ପତ୍ନୀ

ଲକ୍ଷ୍ମୌ:  ଉତ୍ତର ପ୍ରଦେଶର ବିଜେପି ବିଧାୟକ କୁଳଦୀପ ସିଙ୍ଗାର ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । କୁଳଦୀପଙ୍କ ଭାଇ ଓ ତାଙ୍କ ସମ୍ପର୍କୀୟ ଆକ୍ରମଣ କରିବାରୁ ପୀଡିତାଙ୍କର ପିତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏବେ ଏସ୍‌ଆଇଟି ଏହାର ତଦନ୍ତ କରୁଛି । ତେବେ  ବିଧାୟକ ନିର୍ଦୋଷ ବୋଲି ତାଙ୍କ ପତ୍ନୀ କହିଛନ୍ତି । ସେ ଯଦି ଦୋଷୀ ବୋଲି ପ୍ରମାଣିତ ହେବେ ତେବେ ଆମେ ସମସ୍ତେ ଆତ୍ମହତ୍ୟା କରିଦେବୁ ବୋଲି  କୁଳଦୀପ ସିଂ ସେଙ୍ଗାରଙ୍କ ପତ୍ନୀ ସଙ୍ଗୀତା ସେଙ୍ଗାର କହିଛନ୍ତି ।

ପୀଡିତା ଜଣଙ୍କ ତାଙ୍କୁ ଏକ ହୋଟେଲରେ ରଖି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରାଯାଇଥିଲା । ପୀଡିତା ଜଣକ ତାଙ୍କୁ ଅତି ଅମାନୁଷିକ ଭାବେ ଏକ ହୋଟେଲେ ରଖି ଖାଇବାକୁ ପିଇବାକୁ ଦିଆ ନ ଯାଇ ପାଶବିକ ଅତ୍ୟାଚର କରାଯାଉଥିଲା ବୋଲି ଅଭିଯୋଗ କରିଛନ୍ତି । ଏହା ପରେ ସେ ନ୍ୟାୟ ଦାବିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ପିତାଙ୍କୁ ବିଧାୟକଙ୍କ ଭାଇ ଓ ତାଙ୍କ ସମର୍ଥକ ମାଡ ମାରିବା ପରେ ପୁଲିସ ହେପାଜତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ଏହାର ତଦନ୍ତ ଚାଲିଛି । ମାତ୍ର ବିଧାୟକଙ୍କ ପତ୍ନୀ ବିଧାୟଙ୍କୁ ବଞ୍ଚାଇବା ପାଇଁ ବାହାରିଛନ୍ତି । ସେ ଉତ୍ତର ପ୍ରଦଶର ଡିଜିପିଙ୍କୁ ଭେଟିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏହାର ଏସ୍‌ଆଇଟି ତଦନ୍ତ ନିର୍ଦେଶ ଦେଇଛନ୍ତି । ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ କୋର୍ଟରେ ଏକ ମାମଲା ରୁଜୁ ହୋଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories