www.samajalive.in
Sunday, December 14, 2025
17.1 C
Bhubaneswar

୧ ଲକ୍ଷ କୋଟି ଟଙ୍କାର ହିସାବ ଦିଅ: ସୁପ୍ରିମ୍‍କୋର୍ଟ

ନୂଆଦିଲ୍ଲୀ, ପରିବେଶ ସୁରକ୍ଷା ପାଇଁ ଗଠିତ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠିର ହିସାବ ମାଗିଛନ୍ତି ସୁପ୍ରିମକୋର୍ଟ। କେମିତି ଓ କେବେ ଏହି ପାଣ୍ଠି ଖର୍ଚ୍ଚ ହୋଇଛି ବା ଖର୍ଚ୍ଚ କରିବା ଯୋଜନା ରଖାଯାଇଛି ସେ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଦେବାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ଜଷ୍ଟିସ୍‍ ମଦନ ବି ଲୋକୁର ଓ ଜଷ୍ଟିସ୍‍ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ମନ୍ତ୍ରାଳୟ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍‍ ଏ ଏନ୍‍ଏସ୍‍ ନାଦକର୍ଣ୍ଣୀ ପକ୍ଷ ରଖିଛନ୍ତି। ଉଲ୍ଲେଖନୀୟ ହେଉଛି ଓଡ଼ିଶା ସରକାର ଏହି ପାଣ୍ଠିକୁ ରାସ୍ତା ନିର୍ମାଣ, ବସ୍‍ ଷ୍ଟାଣ୍ଡର ପୁନରୁଦ୍ଧାର ଓ କଲେଜ୍‍ରେ ବିଜ୍ଞାନାଗାର ନିର୍ମାଣ ଲାଗି ଖର୍ଚ୍ଚ କରାଯାଇଥିବା ମୁଖ୍ୟଶାସନ ସଚିବ ସତ୍ୟପାଠ ମାଧ୍ୟମରେ ଜଣାଇଥଲେ। ଏହାପରେ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ଜନକଲ୍ୟାଣ ପାଇଁ ଆସିଥିବା ପାଣ୍ଠି ସରକାରୀ କାମରେ ଖର୍ଚ୍ଚ କରାଯାଇପାରିବ ନାହିଁ ବୋଲି କହିଥିଲେ। ମେ ୯ ତାରିଖରେ ସତ୍ୟପାଠ ମାଧ୍ୟମରେ ଏ ବାବଦରେ ଅଧିକ ତଥ୍ୟ ରଖିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories