www.samajalive.in
Sunday, December 14, 2025
14.1 C
Bhubaneswar

ଧାମରା ବନ୍ଦର ସମ୍ପ୍ରସାରଣର ପରିବେଶ ଜନଶୁଣାଣି ଶେଷ

ଧାମରା: ଧାମରା ବନ୍ଦର ସମ୍ପ୍ରସାରଣ ପାଇଁ ଆବାଶ୍ୟକ ପରିବେଶ ସଂକ୍ରାନ୍ତୀୟ ଜନଶୁଣାଣି ଆଜି ଅନୁଷ୍ଠିତ ହୋଇଛି। କଇଥଖୋଲା ପଞ୍ଚାୟତ ସ୍ଥିତ କନକପ୍ରସାଦ ଡିଆରଡିଓ ହେଲିପ୍ୟାଡରେ ଅନୁଷ୍ଠିତ ଏହି ଜନଶୁଣାଣିରେ ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ପ୍ରଦୂଷଣ ବିଭାଗର ଆଞ୍ଚଳିକ ନିର୍ଦେଶକ ପିକେ ମହାପାତ୍ର, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧାମରା ସରପଞ୍ଚ ପ୍ରିୟରଞ୍ଜନ ଜେନା, ଧାମରା ବନ୍ଦର ସ୍ୱତନ୍ତ୍ର ଭୂଅର୍ଜ୍ଜନ ଅଧିକାରୀ ସୂର୍ଯ୍ୟକାନ୍ତ ପାଢ଼ୀ, ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ପଣ୍ଡା, ଧାମରା ବନ୍ଦର ଅଧିକାରୀ ବିଜୟ ସ୍ୱାଇଁ, ବାଂଶଡା ଅଞ୍ଚଳର ବୁଦ୍ଧିଜୀବୀ ଉଗ୍ରେସନ ମଢୁଆଳ ପ୍ରମୁଖ ଯୋଗ ଦେଇଥିଲେ। ଧାମରା ଡିଆଇ ରୋଡ ଠାରୁ ଏକ ରୋଡ ବାଂଶଡା ପର୍ଯ୍ୟନ୍ତ କରିବାକୁ ଏବଂ ବାଂଶଡା ଠାରେ ମନ୍ତେଇ ନଦୀ ସେତୁ ଉପରେ ନିର୍ମାଣାଧୀନ ପୋଲକୁ ଖୁବ ଶୀଘ୍ର ସାରିବା ଉପରେ ଆଲୋଚନା ହୋଇଥିଲା। ଚାନ୍ଦବାଲି ବ୍ଲକର କଂଗ୍ରେସ ସଭାପତି ଦିଗମ୍ବର ଦାସ, ଧାମରାର ପୂର୍ବତନ ଜିଲା ପରିଷଦ ବଳଭଦ୍ର ଲେଙ୍କା, କଇଥଖୋଲା ପଞ୍ଚାୟତର କଂଗ୍ରେସର ଅମୀୟ ମହାପାତ୍ର, ବିସ୍ଥାପିତ କମିଟିର ତପନ ପାଳ ନିଜ ନିଜର ପକ୍ଷ ରଖିଥିଲେ। ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ନିଯୁକ୍ତି ଓ ପରିବେଶ ସୁରକ୍ଷା ଦିଗରେ ଦୃଷ୍ଟି ଦେବେ ବୋଲି କହିଥିଲେ। ଧାମରା ବନ୍ଦରର ସିଓଓ ମିତ ମେହେଟା, ଉପାଧ୍ୟକ୍ଷ ଜଗତ ପରିଜା, ସାମାଜିକ ଦାୟିତ୍ୱ ବିଭାଗର ସୁବାଷ ରାୟ, କର୍ପୋରେଟ ବିଭାଗର ସୁବାଶିଷ ମିଶ୍ର, ରାଜ୍ୟ ପ୍ରଦୂଷଣ ବିଭାଗର ଆଞ୍ଚଳିକ ନିର୍ଦେଶକ ପିକେ ମହାପାତ୍ର ଉପସ୍ଥିତ ଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories