www.samajalive.in
Monday, December 15, 2025
14.1 C
Bhubaneswar

ଜିନ୍ଦଲ ଓ କୃଷକ ସଙ୍ଗଠନ ମଧ୍ୟରେ ଚୁକ୍ତି, ଚାଷୀଙ୍କୁ ମିଳିବ ଅତ୍ୟାଧୁନିକ କୃଷି ଉପକରଣ

କେନ୍ଦୁଝରଗଡ଼଼: ପାରିପାର୍ଶ୍ବିକ ଅଞ୍ଚଳରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ପ୍ରତିଶ୍ରୁତିବଦ୍ଧ। ଏହିକ୍ରମରେ ପାରିପାର୍ଶ୍ବିକ ଅଞ୍ଚଳର ଅତି କ୍ଷୁଦ୍ର ଚାଷୀଙ୍କ ବିକାଶ ପାଇଁ ଜିନ୍ଦଲ ଏଜୁକେସନ ଆଣ୍ଡ ୱେଲଫେୟାର ସୋସୋଇଟି (ଜେଇଡବ୍ଲୁଏସ) ପକ୍ଷରୁ ଦେଓଝର ପଞ୍ଚାୟତ ଶିଆଳିଯୋଡ଼ା ଗ୍ରାମର ‘ଜୟ ମା ବୁରୁ କୃଷକ କ୍ଲବ’ ସହ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଜେଇଡବ୍ଲୁଏସର ସମ୍ପାଦକ ଭର୍ଜିଲ ଲାକ୍ରା ଓ କୃଷକ କ୍ଲବ ସଭାପତି ପାଣ୍ଡିଆ ମୁଣ୍ଡାଙ୍କ ମଧ୍ୟରେ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ଚୁକ୍ତି ଅନୁସାରେ ଅତି କ୍ଷୁଦ୍ର ଚାଷୀମାନଙ୍କୁ ଅତ୍ୟାଧୁନିକ କୃଷି ପଦ୍ଧତି ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରାଯିବ। ଟ୍ରାକ୍ଟର, ଟ୍ରଲି, ରୋଟାଭେଟର ଓ ମଲ୍ଟି କ୍ରପ ଥ୍ରେସପର ଭଳି ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଚାଷୀମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ। ଜେଏସପିର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ସହଯୋଗରେ ଜେଇଡବ୍ଲୁଏସ ପକ୍ଷରୁ ଏହିସବୁ ଉପକରଣ ଯୋଗାଇ ଦିଆଯିବ। ଏହି ଚୁକ୍ତି ଦ୍ୱାରା ଉତ୍ପାଦନ ବୃଦ୍ଧି ସହ ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ଲାଭାନ୍ୱିତ ହେବେ। ଏଥିସହିତ ଚାଷୀମାନଙ୍କ ଉପରୁ ଶ୍ରମ ବୋଝ ମଧ୍ୟ ହ୍ରାସ ସହ ସେମାନଙ୍କ ବିକାଶ ହେବ ବୋଲି ଉଭୟ ପକ୍ଷ ଆଶାବାଦୀ ଅଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories