www.samajalive.in
Monday, December 15, 2025
14.1 C
Bhubaneswar

ଜଟଣୀରେ ଯୁବକଙ୍କୁ ହତ୍ୟା, ୨ ଅଟକ

ଜଟଣୀ: ଖୋର୍ଦ୍ଧା ଜିଲା ଜଟଣୀ ସହର ମୁଖ୍ୟ ରାସ୍ତାରେ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ରାତିରେ ନୂଆଗାଁ ନଟି ମଙ୍ଗଳା ଅଞ୍ଚଳରେ ରହୁଥିବା ମାନସ ଓରଫ ରାକେଶ କୁମାର ଦଳେଇଙ୍କୁ ଦୁର୍ବୃତ୍ତ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଜଟଣୀ ଥାନାଧିକାରୀ ଘଟଣାର ତଦନ୍ତ କରୁଥିବାବେଳେ କମିସନରେଟ ପୁଲିସର ଜୋନ୍‌- ୩ ସହକାରୀ ପୁଲିସ କମିସନର ହତ୍ୟାକାଣ୍ଡର ତଦାରଖ କରୁଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତା ଏବଂ ଦାଦା ବଟି ଭାଗ ବଣ୍ଟାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି। ଉପରବସ୍ତ ଗ୍ରାମରେ ଖଣିରୁ ମୋରମ ଉଠାଣ ଏବଂ ବଟି ଆଦାୟକୁ ନେଇ ମାନସ ଏବଂ ଉପରବସ୍ତ ଓ ମୁଣ୍ଡଳ ଗ୍ରାମର କିଛି ଯୁବକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।
ପୁଲିସ ସୂଚନା ଅନୁଯାୟୀ, ଗୁରୁବାର ରାତି ୧ଟାରେ ଆଦର୍ଶ ବିଦ୍ୟାଳୟ ସମ୍ମୁଖକୁ ଆସି ଟଙ୍କା ନେଇ ଯିବା ଲାଗି ଦୁର୍ବୃତ୍ତ ମାନସଙ୍କୁ ଡାକିଥିଲେ। ଏକ କାର୍‌ରେ ମାନସ ଏବଂ ତା’ର ଜଣେ ସହଯୋଗୀ ଏକ ସ୍କୁଟରରେ ସେଠାରେ ପହଞ୍ଚିଥିଲେ। ସେଠାରେ ଅପେକ୍ଷାରତ ଯୁବକଙ୍କ ସହ ମାନସଙ୍କ ବଚସା ହୋଇଥିଲା। ଫଳରେ ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ମାନସଙ୍କ ମୁଣ୍ଡ ଏବଂ ମୁହଁକୁ ହାଣି ପକାଇଥିଲେ। ଜୀବନ ରକ୍ଷା ଲାଗି ମାନସଙ୍କ ସହଯୋଗୀ ପଳାଇ ଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାନସଙ୍କୁ ଚିକିତ୍ସା ପାଇଁ ଏମ୍ସକୁ ପଠାଇଥିଲା; କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କମିସନରେଟ ପୁଲିସର ସାଇଣ୍ଟିଫିକ୍‍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ମାନସଙ୍କ କାର୍‌ ଏବଂ ସହଯୋଗୀଙ୍କ ସ୍କୁଟର ଜବତ କରିଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିସିଟିଭି ଫୁଟେଜ୍‌କୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଥିବା ଏସିପି ତାପସ ପ୍ରଧାନ ସୂଚନା ଦେଇଛନ୍ତି। ତଦନ୍ତ ପରେ ହତ୍ୟାକାଣ୍ଡର କାରଣ ଜଣାପଡ଼ିବ ବୋଲି ଏସିପି କହିଛନ୍ତି। ମାନସ ବିରୋଧରେ ଜଟଣୀ ଥାନାରେ ବହୁ ଅପରାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories