ସମାଜ ଡିଜିଟାଲ ଡେସ୍କ: ଦୁଇ ଜଣ ବାଇକ ଆରୋହୀଙ୍କୁ ଭୁଜାଲିରେ ହାଣି ସେମାନଙ୍କ ଗାଡ଼ି ଏବଂ ୩୦ ହଜାର ଟଙ୍କା ଲୁଟ୍ କରିନେଇଛନ୍ତି ଦୁର୍ବୃତ୍ତ। ବାଲେଶ୍ଵର ଜିଲା ସୋର ଅନ୍ତର୍ଗତ ଶ୍ରୀଜଙ୍ଗ ନିକଟ ଯୋଡ଼ିପୋଲ ପାଖରେ ଏହି ଘଟଣା ଘଟିଛି। ଏକ ବାଇକରେ ଦୁଇ ଜଣ ବ୍ୟକ୍ତି ବାଲେଶ୍ଵରରୁ ନିଜ ଗାଁ ଖରାଶାହାପୁର ଯାଉଥିଲେ। ଯୋଡ଼ିପୋଲ ନିଟକରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ବାଇକ ଆରୋହୀ ଦ୍ବୟ ଭୟଭୀତ ହୋଇପଡ଼ିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କ ବାଇକ ଏବଂ ପାଖରେ ଥିବା ୩୦ ହଜାର ଟଙ୍କା ଛଡ଼ାଇ ନେଇ ସେଠାରୁ ଚମ୍ପଟ ମାରିଥିଲେ।



