www.samajalive.in
Sunday, December 7, 2025
14.1 C
Bhubaneswar

ନବରାତ୍ରୀ ମହୋତ୍ସବ: ଆମିଷ ଖାଦ୍ୟ ବିକ୍ରି ନିଷେଧ, ମାଂସ ଦୋକାନ ବନ୍ଦ ନିର୍ଦେଶ

ଭୋପାଳ: ମଧ୍ୟପ୍ରଦେଶର ମୈହାର ସହରରେ ନଅ ଦିନିଆ ନବରାତ୍ରି ମହୋତ୍ସବ  ପାଳନ ଅବସରରେ ସମସ୍ତ ଆମିଷ ଖାଦ୍ୟ ବିକ୍ରୟ ଉପରେ ନିଷେଧ ଜାରି କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୈହାର ହେଉଛି ହିନ୍ଦୁମାନଙ୍କ ପାଇଁ ଏକ ଶକ୍ତିପୀଠ। ଏଠାରେ ପବିତ୍ର ମା’ ଶାରଦା ମନ୍ଦିର ରହିଛି। ବାର୍ଷିକ ନଅ ଦିନିଆ ‘ମା ଶାରଦେ ଚୈତ୍ର ନବରାତ୍ରୀ ମେଳା’ ସମୟରେ ହଜାର ହଜାର ଭକ୍ତ ଏହି ସହରକୁ ପରିଦର୍ଶନ କରନ୍ତି। ନବରାତ୍ରି ଉତ୍ସବ ରବିବାରରୁ ଆରମ୍ଭ ହୋଇଛି ଏବଂ ଏହା ୯ ଦିନ ପର୍ଯ୍ୟନ୍ତ ଚାଲିବ। ତେଣୁ ମୈହାର ସହରରେ ନଦିନ ପର୍ଯ୍ୟନ୍ତ ଆମିଷ ଖାଦ୍ୟ ବିକ୍ରି ଉପରେ ନିଷେଧ ଜାରି କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।
ଏହା ବ୍ୟତୀତ, ଚୈତି ଚାନ୍ଦ (ମାର୍ଚ୍ଚ ୩୦), ରାମ ନବମୀ (ଏପ୍ରିଲ ୬), ମହାବୀର ଜୟନ୍ତୀ (ଏପ୍ରିଲ ୧୦) ଏବଂ ବୁଦ୍ଧ ପୂର୍ଣ୍ଣିମା (ମେ ୧୨) ପର୍ବରେ ଭୋପାଳ ଏବଂ ଇନ୍ଦୋରରେ ମାଂସ ଦୋକାନଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୈହାର ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ କହିଛନ୍ତି।
ଦୁଇ ସହରରେ ଆମିଷ ନିଷେଧ ଲାଗୁ କରିବା ପାଇଁ ନିର୍ଦେଶ ଜାରି କରାଯାଇଛି। ଯଦି ଦୋକାନଗୁଡ଼ିକ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରନ୍ତି ତେବେ ସେମାନଙ୍କର ଲାଇସେନ୍ସ ବାତିଲ କରାଯିବ ବୋଲି ଭୋପାଳ ଏବଂ ଇନ୍ଦୋର ସହରର  ପୌର କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି।
ମଧ୍ୟ ପ୍ରଦେଶ ସରକାରଙ୍କ ପୂର୍ତ୍ତ ବିଭାଗ ମନ୍ତ୍ରୀ ରାକେଶ ସିଂହଙ୍କ ସମେତ ଅନେକ ବିଜେପି ସାଂସଦ ନବରାତ୍ରି ସମୟରେ ରାଜ୍ୟର ମାଂସ ଦୋକାନଗୁଡ଼ିକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ। ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ ଏପ୍ରିଲ ୧ ତାରିଖରୁ ରାଜ୍ୟର ମୈହାର ସମେତ ୧୭ଟି ପବିତ୍ର ସହରରେ ମଦ ଦୋକାନ ସ୍ଥାୟୀ ଭାବରେ ବନ୍ଦ କରାଯିବ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories