www.samajalive.in
Monday, December 15, 2025
16.1 C
Bhubaneswar

ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ସ୍ୱତନ୍ତ୍ର ଟ୍ରେନ୍‌‌, ଅଟକିଥିବା ଯାତ୍ରୀଙ୍କୁ ନେଇଯିବ ଗନ୍ତବ୍ୟସ୍ଥଳ

ଭୁବନେଶ୍ୱର: ଅଟକିଥିବା ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳ ନେଇଯିବାକୁ ଦୁର୍ଘଟଣାସ୍ଥଳରେ ସ୍ୱତନ୍ତ୍ର ଟ୍ରେନ୍‌‌ ପହଞ୍ଚିଛି। ଦୁର୍ଘଟଣାସ୍ଥଳରେ ଟ୍ରେନ୍‌‌ ପହଞ୍ଚିବା ପରେ ପ୍ରାୟ ୪୦୦ ଯାତ୍ରୀ ଟ୍ରେନ୍‌‌ରେ ଚଢ଼ିଥିବା ସୂଚନା ମିଳିଛି। ଦୁର୍ଘଟଣାସ୍ଥଳରେ ଫସି ରହିଥିବା ଯାତ୍ରୀମାନଙ୍କୁ ଅଗ୍ନିଶମ ବାହିନୀ ଏବଂ ଏନ୍‌‌ଡିଆରଏଫ୍‌‌ ଯବାନ ସହାୟତା କରୁଛନ୍ତି।

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ପରେ ସ୍ୱତନ୍ତ୍ର ଟ୍ରେନ୍‌‌ର ବ୍ୟବସ୍ଥା ହୋଇଛି। ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌‌ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌‌ ବାହାରଏହା ନରାଜ ଦେଇ ମଙ୍ଗୁଳି-ଚୌଦ୍ୱାରରେ ଅଟକି ରହିଥିବା ଯାତ୍ରୀଙ୍କ ପାଖରେ ପହଞ୍ଚିଥିବା ଜଣାପଡ଼ିଛି। ଅଧାରେ ଫସିଥିବା ଯାତ୍ରୀମାନଙ୍କୁ ନେଇ ସେମାନଙ୍କ ଗନ୍ତବ୍ୟସ୍ଥଳରେ ଏହି ଟ୍ରେନ୍‌‌ ପହଞ୍ଚାଇବ ବୋଲି ରେଳକ ର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

- Advertisement -

ଅନ୍ୟପଟେ ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। କଟକ ପାଇଁ ୮୯୯୧୧୨୪୨୩୮, ଭୁବନେଶ୍ଵର ପାଇଁ ୮୪୫୫୮୮୫୯୯୯, ଖୋର୍ଦ୍ଧା ପାଇଁ ୦୬୭୪୨୪୯୨୨୪୫ ହେଲ୍ପ ଡେସ୍କ ନମ୍ବର ଜାରି କରାଯାଇଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories