www.samajalive.in
Sunday, December 7, 2025
26.1 C
Bhubaneswar

ମୋବାଇଲ ଟାଓ୍ବାରରେ ନିଆଁ

ଭୁବନେଶ୍ଵର: ଭୁବନେଶ୍ଵର ଶ୍ୟାମପୁର ଅଞ୍ଚଳରେ ଥିବା ଏକ ମୋବାଇଲ ଟାଓ୍ବାରରେ ବୁଧବାର ହଠାତ୍ ନିଆଁ ଲାଗିଯାଇଛି। ଏହି ମୋବାଇଲ ଟାଓ୍ବାରଟି ଜିଓ କମ୍ପାନୀର ବୋଲି ଜଣାପଡ଼ିଛି। ପ୍ରାୟ ୫୦ ମିଟର ଉଚ୍ଚତାରେ ଥିବା ୯ଟି ମୋବାଇଲ ବକ୍ସ ହଠାତ୍ ହୁ ହୁ ହୋଇ ଜଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ଟାଓ୍ବାର ଉପରେ ଏକ ଚିଲ ବସା କରିଥିଲା। କୌଣସି କାରଣରୁ ସିଗ୍‌ନାଲ୍‌ ରିସିଭର ବକ୍ସରେ ସର୍ଟ ସର୍କିଟ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସେଥିରେ ୩ଟି ୫ଜି ରିସିଭର ବକ୍ସ ଏବଂ ୬ଟି ୪ଜି ବକ୍ସ କ୍ଷତିଗ୍ରସ୍ତ ହୋଇଛି। ଏହି ଅଗ୍ନିକାଣ୍ଡରେ ଜିଓର ମୋବାଇଲ ନେଟଓ୍ବର୍କ ବାଧାପ୍ରାପ୍ତ ହୋଇନାହିଁ। କାରଣ ପାଖରେ ଜିଓର ଅନ୍ୟ ଟାଓ୍ବାର ରହିଛି। ଯଦି ସେବା ବ୍ୟାହାତ ହୋଇଥାଆନ୍ତା ତେବେ ୪୦୦୦ ଜିଓ ଗ୍ରାହକ ପ୍ରଭାବିତ ହୋଇଥାନ୍ତେ। ଏହି ଟାଓ୍ବାର ମରାମତି ଏବେ ଦ୍ରୁତ ଗତିରେ ଚାଲିଥିବା ଜଣାପଡ଼ିଛି। ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଟାଓ୍ବାରଟି ସମ୍‌ ହସ୍ପିଟାଲର ଅତି ନିକଟରେ ରହିଛି। ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲେ ଏକ ବଡ଼ ବିପଦକୁ ଏଡ଼ାଇ ଦିଆଯାଇ ପାରିନଥା’ନ୍ତା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories