www.samajalive.in
Monday, December 8, 2025
14.1 C
Bhubaneswar

ଆଜି ଏହି ରାଶିର ଲୋକେ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ

ମେଷ: କର୍ମଚଞ୍ଚଳ ରହିବେ। ଲୋକପୂଜ୍ୟ ହୋଇପାରନ୍ତି। ଧନଶାଳୀ ହେବେ। ଲୋଭାଗ୍ରସ୍ତ ହୋଇପାରନ୍ତି। କୃପଣ ସ୍ବଭାବସମ୍ପନ୍ନ ହେବେ। ଶତ୍ରୁଘାତୀ ହେବେ। ବହୁ ଲୋକଙ୍କୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ କରିବେ।
ବୃଷ: ଦେବ କାର୍ଯ୍ୟରେ ଆଗ୍ରହୀ ହେବେ। ଚିତ୍ରାବଳୀ ବସନ ପରିଧାନରେ ନିଜ ଶରୀର ଆବୃତ୍ତ କରିପାରନ୍ତି। ନିଜ ଧର୍ମରେ ପତ୍ନୀଙ୍କୁ ଦୀକ୍ଷିତ କରାଇ ପାରନ୍ତି। ଧାତୁ ଦ୍ରବ୍ୟ କ୍ରୟରେ ଧନ ବ୍ୟୟ କରିପାରନ୍ତି।
ମିଥୁନ: ଆଦର୍ଶବାଦୀ ପତ୍ନୀଙ୍କ ପ୍ରୀତିପନ୍ନା ହେବେ। ବ୍ୟବସାୟ ଓ ରାଜସେବା ଇତ୍ୟାଦିରୁ ଧନ ଆହରଣ କରି ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ପୁଷ୍ପ ଭରଣରେ ସମ୍ମାନିତ ହେବେ। ଭୋଜନ, ପାନୀୟ ସ୍ବାଦଯୁକ୍ତ ହେବେ।

କର୍କଟ: ବୃକ୍ଷ ରୋପଣାଦି ମହତ୍‌ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ରାସ୍ତା, ଘାଟ, ସୁପରିଚାଳନା ଉପରେ ଉଚିତ୍‌ ଧ୍ୟାନ ଦେବେ। କୂପ ଖନନ ଆଦି ଧର୍ମ କାର୍ଯ୍ୟ କରି ପ୍ରଚୁର ଧନ ଖର୍ଚ୍ଚ କରିପାରନ୍ତି। ସୁସ୍ଥ ରହିବେ।
ସିଂହ: ସର୍ବଧର୍ମ ଗ୍ରହଣକାରୀର ଲକ୍ଷଣ ଆପଣଙ୍କଠାରେ ଦେଖିବାକୁ ମିଳୁଛି। ସ୍ବଧର୍ମ କ୍ରିୟାରେ ସୁଖ୍ୟାତି ଅର୍ଜନ କରିବେ। ତୀର୍ଥ ସେବା ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ। ଦାନ ଧର୍ମ କାର୍ଯ୍ୟ ଜାରି ରଖିବେ। କନ୍ୟା: ପତନ ସୁଖରୁ ପତ୍ନୀ ଆପଣଙ୍କ ରକ୍ଷାକର୍ତ୍ତା ହେବେ। ଆଶୁ ବିପଦକୁ ମୁକାବିଲା କରିବାରେ ପାରଙ୍ଗମ ହେବେ। ପୂର୍ବରୁ ସାହାଯ୍ୟ ପାଇଥିବା ବ୍ୟକ୍ତି ଚଳିତ ବିପଦରୁ ଆପଣଙ୍କୁ ରକ୍ଷା କରିବାକୁ ଆଗେଇ ଆସିବେ।
ତୁଳା: ପତ୍ନୀ ଗୁଣବତୀ ହେବେ। ବିବିଧ ଗୁଣଯୁକ୍ତା ହୋଇପାରନ୍ତି। ପଦାର୍ଥପ୍ରିୟା ହେବାର ସୂଚନା ମିଳୁଛି। ଧର୍ମଯୁକ୍ତା ହେବେ। ବହୁ ପୁତ୍ର ସନ୍ତାନର ଜନନୀ ହେବେ। ବିନୀତା ସ୍ବଭାବସମ୍ପନ୍ନା ହେବେ।
ବିଛା: ଶତ୍ରୁମାନେ ଆପଣଙ୍କ ସୁଖାଧିବାସ ବିଲୁପ୍ତ କରିବାର ଉଦ୍ୟମରେ ନିରାଶ ହେବେ। ଆପଣଙ୍କ ସହିତ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କ ଚୋର ଗୁଣ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ପଶୁ ସ୍ନେହୀ ହେବେ।
ଧନୁ: ସୁଶ୍ରୀ ଓ ସତ୍‌ଚରିତ୍ରସମ୍ପନ୍ନ ସନ୍ତାନର ଜନକ ହେବେ। ପୁତ୍ର ଶକ୍ତିମାନ୍‌ ଓ ଶତ୍ରୁହନ୍ତା ହେବାର ସୂଚନା ମିଳୁଛି। ସେବା କ୍ଷେତ୍ରରେ ଥିବା ଅବଦାନ ଅବିସ୍ମରଣୀୟ ହେବ। ମାନସମ୍ମାନସମ୍ପନ୍ନ ହୋଇପାରନ୍ତି।
ମକର: ତୃଷାର୍ତ୍ତମାନଙ୍କ ପାଇଁ ଜଳାଶୟାଦି ଖନନ କରି ଜନ କଲ୍ୟାଣୀୟ ହୋଇପାରନ୍ତି। ପିତୃସେବା ଜୀବନର ଧେୟ ହୋଇପାରେ। ଗୃହ ପରିଷ୍କାର, ପରିଚ୍ଛନ୍ନତା ଉପରେ ଅଧିକ ଗୁରୁତ୍ବ ଦେଇପାରନ୍ତି।

- Advertisement -

କୁମ୍ଭ:ଦଣ୍ଡିବା ଶକ୍ତିସମ୍ପନ୍ନ ହୋଇଥିଲେ ବି କ୍ଷମାଶୀଳ ହୋଇପାରନ୍ତି। ଉପକାରୀଙ୍କଠାରେ କୃତଜ୍ଞ ହେବେ। ସତ୍ୟପ୍ରତି ନିଷ୍ଠା, ଶ୍ରଦ୍ଧା ଓ ସତ୍ୟ ବଚନ ପ୍ରତି ଅଙ୍ଗୀକାରବଦ୍ଧ ହେବେ। ପଣ୍ଡିତଙ୍କ ସହ ବନ୍ଧୁତା ହେବ।
ମୀନ: ବହୁ ଉପାୟରେ ଧନ ଅର୍ଜନ କରିପାରନ୍ତି। ପିତାମାତାଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories