ନଦୀରେ ବୁଡ଼ି ୨ ମୃତ

ରାଉରକେଲା: ନଦୀରେ ଭାସି ଯାଇ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗିରପାଣି ଗାଁ ନିକଟ କେରକେଟା କୋଏଲ ନଦୀରେ ୨ ଯୁବକ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର ପରେ ତୁରନ୍ତ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେକ୍ଟର ୮ ଅଞ୍ଚଳର ଆଶୀର୍ବାଦ ବାରିକ ଏବଂ ସେକ୍ଟର ୧୯ ଅଞ୍ଚଳର ପ୍ରଦୀପ ତରାଇଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.