ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ମହିଳା

ସମାଜ ଡିଜିଟାଲ ଡେସ୍କ: ଚୋରା ବାଇକ ଜବତ କରିବାକୁ ଯାଇଥିବା ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି ମହିଳା। ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ପୂର୍ବକୋଟ ହାଟ ନିକଟରେ ବୁଧବାର ଏହି ଘଟଣା ଘଟିଛି। କୁଆଖିଆ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଏକ ବାଇକକୁ ଜବତ କରିବା ଲାଗି ଥାନା ଅଧିକାରୀଙ୍କ ନେତୃତ୍ଵରେ ଏକ ପୁଲିସ ଟିମ ପୂର୍ବକୋଟ ଅଞ୍ଚଳକୁ ଯାଇଥିଲା। ସେଠାରେ ଅଭିଯୁକ୍ତକୁ ପୁଲିସ କାବୁ କରିଥିଲା। ମାତ୍ର ହଠାତ ନିକଟ ଏକ ବସ୍ତିର କିଛି ମହିଳା ପୁଲିସକୁ ଅଟକାଇ ଆକ୍ରମଣ କରିଥିଲେ। ସେମାନେ ପୁଲିସ ଗାଡ଼ି ଭଙ୍ଗାରୁଜା କରିବା ସହିତ ଅଭିଯୁକ୍ତକୁ ଛଡ଼ାଇ ନେଇଥିଲେ।

Comments are closed.