www.samajalive.in
Monday, December 15, 2025
15.1 C
Bhubaneswar

କୂଅ ଭିତରେ ଘର, ନାଁଟି ତାର ‘କବୁତରୀ’

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ମାଧ୍ୟମରେ ଅଭାବୀ ଲୋକମାନଙ୍କୁ ଘର ଯୋଗାଇବାରେ ନିଜକୁ ଏକ ନମ୍ବର ରାଜ୍ୟ ବୋଲି ଉତ୍ତରପ୍ରଦେଶ ଘୋଷଣା କରୁଥିବା ବେଳେ ଏଠାକାର ଏକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି। ବାନ୍ଦା ଜିଲାର ନସେନୀ ଗ୍ରାମ ବାସିନ୍ଦା ଜଣେ ବିଧବା ଦଳିତ ମହିଳା ଗତ ୧୫ବର୍ଷ ହେବ ଏକ କୂଅକୁ ନିଜ ବାସଗୃହ ଭାବେ ଗ୍ରହଣ କରିଛନ୍ତି। ୫୦ବର୍ଷୀୟା ଛୋଟି ନିଜ ଝିଅ ରୋଶନି ସହିତ ଏହି ଘରେ ରହୁଛନ୍ତି।

ସବୁଠାରୁ ମଜା କଥା ହେଲା, ସରକାରୀ ସୂତ୍ରରୁ ତାଙ୍କୁ ମିଳିଥିବା ଆଧାରକାର୍ଡରେ ଠିକଣା ‘କୂଅବାଲା ଘର’ ବୋଲି ଲେଖାଯାଇଛି। ରୋଶନିକୁ ଗାଁଲୋକେ ତା’ର ଅସଲି ନାମରେ ନଡାକି କୂଅରେ ରହୁଥିବା ଯୋଗୁ ‘କବୁତରୀ’ ବୋଲି ଡାକୁଛନ୍ତି। ମଧ୍ୟପ୍ରଦେଶର ଅଜୟଗଡ ଅନ୍ତର୍ଗତ ପାଣ୍ଡେପୁରବା ବାସିନ୍ଦା ଛୋଟିଙ୍କୁ ତାଙ୍କ ପତିଙ୍କ ମୃତ୍ୟୁ ପରେ ଶାଶୂଘରଲୋକେ ବାହାର କରିଦେଲେ। ୬ମାସର ଝିଅ ସହିତ ସେ ନସେନୀ ଗ୍ରାମରେ ଆଶ୍ରୟ ନେଇଥିଲେ ଏବଂ ମୂଲମଜୁରି ଲାଗି ଚଳିବା ଆରମ୍ଭ କଲେ। ସେବେଠାରୁ ଏହି କୂଅ ତାଙ୍କ ଘର ପାଲଟିଛି। କିଛିବର୍ଷ ତଳେ ରହିବା ଲାଗି ତାଙ୍କୁ ପଞ୍ଚାୟତ ପକ୍ଷରୁ ଜାଗାଟିଏ ଦିଆଯାଇଥିଲେ ବି ଏହା କବରସ୍ଥାନକୁ ଲାଗିଥିବାରୁ ଛୋଟି ସେଠାରେ ଘର କରିପାରିନଥିଲେ।

- Advertisement -

ଏହାପରେ ସେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କିଛି ଲାଭ ହୋଇନଥିଲା। ରୋଶନିର ପାଠପଢା ଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ସବୁ ସେହି କୂଅ ଭିତରେ ରହୁଛି। ଏବେ ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ପ୍ରକାଶ ପାଇବା ପରେ ଜିଲାଧିକାରୀ ଛୋଟିଙ୍କ ବାସଗୃହ ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରିବାକୁ ଆଶ୍ୱାସନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories