www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶା ଛାଡ଼ିବେ ପାଣ୍ଡିଆନ !

ଭୁବନେଶ୍ବର : ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ଅବସରପ୍ରାପ୍ତ ଆଇଏଏସ୍‌ ଭି.କେ. ପାଣ୍ଡିଆନ୍‌ ଓଡ଼ିଶା ଛାଡ଼ିପାରନ୍ତି। ପାଣ୍ଡିଆନ୍ ନବୀନ ନିବାସ ଛାଡ଼ି ନୂଆ କର୍ମ ସଂସ୍ଥାନରେ ଯୋଗଦେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପଛର ଚେହେରା ସାଜିଥିବା ପାଣ୍ଡିଆନ୍‌ ଖୁବ୍‌ଶୀଘ୍ର ଲଣ୍ଡନରେ ଏକ ଅନ୍ତର୍ଜାତୀୟ ସଂସ୍ଥାରେ କାମ କରିବେ ବୋଲି କୁହାଯାଉଛି। ଉକ୍ତ ସଂସ୍ଥାରେ ଉଚ୍ଚ ପଦରେ ସେ ନିଯୁକ୍ତ ହେବେ। ଏହି ରିପୋର୍ଟ କେତେ ସତ କେତେ ମିଛ ତାହା ଏଯାଏଁ ଅସ୍ପଷ୍ଟ ଥିବାବେଳେ ପାଣ୍ଡିଆନ୍‌ଙ୍କୁ ନେଇ ବିଜେଡି ଶିବିରରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ପାଣ୍ଡିଆନ୍‌ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏହାପରେ ତାଙ୍କୁ ଆଉ ଦେଖିବାକୁ ମିଳିନଥିଲା। କାଁ ଭାଁ ସାମାଜିକ କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ପାଣ୍ଡିଆନ୍‌ ସର୍ବସମ୍ମୁଖକୁ ଆସୁନଥିଲେ। କିନ୍ତୁ ନବୀନ ନିବାସରୁ ରହି ଦଳକୁ ପରିଚାଳନା କରୁଥିବା ଚର୍ଚ୍ଚା ହେଉଥିଲା। ଏପରିକି ନିକଟରେ ମନ୍ମଥ ଓ ତାଙ୍କ ପତ୍ନୀଙ୍କ ସହ ପାଣ୍ଡିଆନ୍‌ଙ୍କ ନବୀନ ନିବାସ ଭିତରର ଏକ ଫଟୋ ଗଣମାଧ୍ୟମରେ ଘୂରିଥିଲା। ଏପରିକି ମନ୍ମଥ ମଧ୍ୟ ପାଣ୍ଡିଆନ ନବୀନ ନିବାସରେ ରହିଥିବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ତେବେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଆଇଏଏସ୍‌ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିଲେ ପାଣ୍ଡିଆନ୍। ହେଲେ ରାଜନୀତିରେ ମଧ୍ୟ ସେ ବେଶି ଦିନ ତିଷ୍ଠି ରହିପାରିଲେନି। ଅନ୍ତର୍ଜାତୀୟ ସଂସ୍ଥାରୁ ଚାକିରି ସୁଯୋଗ ମିଳିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏଥିରେ କେତେ ସତ୍ୟତା ଅଛି; ଆଗକୁ ସ୍ପଷ୍ଟ ହୋଇପାରିବ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories