www.samajalive.in
Friday, December 5, 2025
26.1 C
Bhubaneswar

ହମାସ ସାମରିକ ଗୁଇନ୍ଦା ମୁଖ୍ୟଙ୍କୁ ହତ୍ୟା କଲା ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ହମାସ ଆତଙ୍କବାଦୀ ସଂଗଠନର ସାମରିକ ଗୁଇନ୍ଦା ମୁଖ୍ୟ ଓସାମା ତବାଶଙ୍କୁ ହତ୍ୟା କରିଛି ଇସ୍ରାଏଲ। ଗତ ଗୁରୁବାର ଦିନ ଗାଜା ପଟିରେ କରାଯାଇଥିବା ଏୟାରଷ୍ଟ୍ରାଇକରେ ତବାଶ ନିହତ ହୋଇଥିବା ନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦିଆଯାଇଛି। ତବାଶ ହମାସର ଯୁଦ୍ଧ ରଣକୌଶଳ ନିର୍ଦ୍ଧାରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ତା ସହିତ ହମାସର ଗୁଇନ୍ଦା ବିଭାଗରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ତୁଲାଉଥିଲେ। ଗାଜାର ଦକ୍ଷିଣାଞ୍ଚଳରେ ଆଇଡିଏଫର କାର୍ଯ୍ୟକଳାପ ସମ୍ପର୍କରେ ସେ ତଥ୍ୟ ହାସଲ କରିବା ସହିତ ତାହାକୁ ମୁକାବିଲା କରିବା ଲାଗି ରଣକୌଶଳ ପ୍ରସ୍ତୁତ କରୁଥିଲେ। ହମାସ ଆତଙ୍କୀ ସଂଗଠନରେ ତବାଶ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ସାମିଲ ଥିଲେ। ହମାସର ଖାନ ୟୁନିସ ବ୍ରିଗେଡର ବାଟାଲିଅନ କମାଣ୍ଡର ଭାବେ ମଧ୍ୟ ସେ କାର୍ଯ୍ୟ କରୁଥିଲେ।

କିଛିବର୍ଷ ହେବ ସେ ଆତଙ୍କବାଦୀ କାର୍ଯ୍ୟକଳାପକୁ ତଦାରଖ କରୁଥିଲେ। କେଉଁଠି ଆତ୍ମଘାତୀ ବିସ୍ଫୋରଣ କରାଯିବ ସେ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରୁଥିଲେ। ୨୦୦୫ରେ ଗାଜାପଟିରେ ଗୁଶ କାତିଫ ଅଞ୍ଚଳରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ତବାଶଙ୍କ ନିର୍ଦେଶରେ କରାଯାଇଥିଲା।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories