ଗୋଲ୍ଡ କୋଷ୍ଠ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସପ୍ତମ ଦିନରେ ଭାରତକୁ ବନ୍ଧୁକ ଚାଳନାରେ ଆଉ ତିନିଟି ପଦକ ମିଳିଛି। ମହିଳା ଡବଲ୍ ଟ୍ରାପ୍ ବର୍ଗରେ ଶ୍ରେୟାଶି ସିଂହ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ପୁରୁଷ ୫୦ ମି ପିସ୍ତଲ୍ ପ୍ରତିଯୋଗିତାରେ ଓମ୍ ପ୍ରକାଶ ମିର୍ଥେଭାଲ୍ ଏବଂ ପୁରୁଷ ଡବଲ୍ ଟ୍ରାପ୍ରେ ଅଙ୍କୁର ମିତ୍ତଲ୍ କାଂସ୍ୟ ପଦକ ଜିତିଛନ୍ତି। ସପ୍ତମ ଦିବସରେ ଭାରତ ମୋଟ ୧୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୮ଟି କାଂସ୍ୟ ପଦକ ଜିତି ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି।
Popular Categories



