www.samajalive.in
Sunday, December 7, 2025
14.1 C
Bhubaneswar

ଗଛରେ ବାନ୍ଧି ବାପା ସମ୍ମୁଖରେ ଝିଅକୁ ଗଣବଳାତ୍କାର

ପାଟନା : ବିହାର କିଶାନଗଞ୍ଜ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗଛରେ ବାନ୍ଧି ବାପା ଆଗରେ ଝିଅକୁ ଗଣବାଳାତ୍କାର କରାଯାଇଛି।
ପୁଲିସ୍‍ ଅଧିକାରୀଙ୍କ ସୂଚନା ଅନୁସାରେ କୋଡ଼ହୋୱାଡି ଥାନା ଅଞ୍ଚଳର ୧୯ ବର୍ଷିୟ ଯୁବତୀଙ୍କୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଗଣବଳାତ୍କାର କରାଯାଇଛି। ଏନେଇ ବୁଧବାର ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଗ୍ରାମର ୬ ଜଣ ଯୁବକ ଗୁରୁବାର ରାତିରେ ତାଙ୍କ ଘର କବାଟ ଠକ୍‍ ଠକ୍‍ କରି ପିଇବାକୁ ପାଣି ମାଗିଥିଲେ। ତାଙ୍କ ବାପା କବାଟ ଖୋଲିବା ମାତ୍ରେ ସେମାନେ ଘରକୁ ବଳପୂର୍ବକ ପଶିଯାଇ ତାଙ୍କୁ ବାହାରକୁ ଟାଣି ଆଣିଥିଲେ। ଘର ବାହାରେ ଏକ ଗଛରେ ତାଙ୍କ ବାପାକୁ ବାନ୍ଧି ଦେଇ ତାଙ୍କୁ ଜଣକ ପରେ ଜଣେ ବଳାତ୍କାର କରିଥିଲେ। ପୁଲିସ୍‍କୁ କହିଲେ ବାପା, ଝିଅଙ୍କୁ ଜୀବନରୁ ମାରିଦେବାକୁ ଯୁବକମାନେ ଧମକ ଦେଇଛନ୍ତି। ହେଲେ ଯୁବତୀ ଜଣକ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍‍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ କରାଯାଇ ପାରିନାହିଁ ବୋଲି କିଶାନଗଞ୍ଜ ଏସ୍‍ପି କହିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories