www.samajalive.in
Monday, December 15, 2025
24.1 C
Bhubaneswar

ପୁଣି ଅଠର ହଜାରରେ ଘଟିଲା ଅଘଟଣ: ଭିସୁଟ ଛାତ୍ରଙ୍କ ସଲୀଳ ସମାଧି

ବୁର୍ଲା : ପୁଣି ବୁର୍ଲା ଭିସୁଟ ଛାତ୍ରଙ୍କ ଅଠର ହଜାର ସାଇଫୋନରେ ସଲୀଳ ସମାଧି। ଆଜି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ସିଭିଲ ବିଭାଗର ପ୍ରଥମ ବର୍ଷର ଛାତ୍ର ପ୍ରୀୟାଂଶୁ ପ୍ରକାଶ ବେହେରା (୧୯) ରଙ୍ଗ ଖେଳିବା ପରେ ପ୍ରଥମେ ସାଇଫୋନକୁ ଯାଇ ସେଠାରେ ଥାଇ ଅନ୍ୟ ସହପାଠୀଙ୍କୁ ଗାଧୋଇବାକୁ ଫୋନ୍‌ କରି ଡାକିଥିଲେ। ସେ ତାଙ୍କର ତିନିଜଣ ସାଙ୍ଗକୁ ସେଠାକୁ ଗାଧୋଇବାକୁ ଡାକିଥିଲେ। ତାଙ୍କର ସହପାଠୀମାନେ ସେଠାକୁ ପହଞ୍ଚିବା ମାତ୍ରେ ପ୍ରୀୟାଂଶୁ ପାଣିରେ ଡେଇଁ ପଡିଥିଲେ। ଏହା ପରେ ସେ ପାଣିରେ ବୁଡି ଯାଇଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଦୁଇ ଜଣ ଯୁବକ ଆସି ପ୍ରୀୟାଂଶୁକୁ ପାଣିରୁ ଉଦ୍ଧାର କରିଥିଲେ। ସେଠାକୁ ବରିଷ୍ଠ ଛାତ୍ରମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡ଼ିକାଲକୁ ଆଣିଥିଲେ। ମାତ୍ର ବୁର୍ଲା ଭିମସାରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରୀୟାଂଶୁ ଢେଙ୍କାନାଳ ଭୁବନ ଅନ୍ତର୍ଗତ ସେନସାହି ଗ୍ରାମର ସଂଜୟ କୁମାର ବେହେରାଙ୍କ ଏକମାତ୍ର ପୁଅ ବୋଲି ଜଣାପଡିଛି। ତେବେ ଏହାକୁ ନେଇ ଭିସୁଟରେ ଶୋକର ଛାୟା ଖେଳିଯାଇଛି।

ଦେଖନ୍ତୁ ଭିଡିଓ; ପାର୍କରେ ନିଜ ଛୁଆକୁ ଛାଡି ପଳାଉଥିଲେ ମହିଳା, ଆଉ ତା’ପରେ..

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories