www.samajalive.in
Saturday, December 6, 2025
15.1 C
Bhubaneswar

୩ ଦିନ କଲବଲ କରିବ ତାତି: ୪୦ ଡିଗ୍ରୀ ଟପିବ ତାପମାତ୍ରା

ଭୁବନେଶ୍ବର : ଚୈତ୍ର ଯେତିକି ପାଖେଇ ଆସୁଛି ରାଜ୍ୟରେ ଖରାର ପ୍ରକୋପ ସେତିକି ପ୍ରଖର ହେଉଛି। ଡହ ଡହ ଖରା ଦେହମୁଣ୍ଡ ଜାଳି ପକାଉଛି। ମଙ୍ଗଳବାର ସାରା ରାଜ୍ୟରେ ପ୍ରଚଣ୍ଡ ଖରା ହୋଇଛି। ୩୫ ଡିଗ୍ରୀ ଉପରେ ରହିଛି ୨୬ ସହରର ତାପମାତ୍ରା। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ସହିତ ଗ୍ରୀଷ୍ମଲହରୀ ଅନୁଭୂତ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ମଙ୍ଗଳବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୯.୫ ଡିଗ୍ରୀ ରେକର୍ଡ଼ ହୋଇଥିଲା। ରାଜ୍ୟର ୧୦ଟି ସହରର ତାପମାତ୍ରା ୩୭ ଡିଗ୍ରୀ କିମ୍ବା ତା’ଉପରେ ରହିଛି। ବାରିପଦା ଓ ମାଲକାନଗିରିରେ ୩୭ ଡିଗ୍ରୀ ଲେଖାଏଁ, ଅନୁଗୋଳରେ ୩୭.୧, ପାରଳାଖେମୁଣ୍ଡି, ସୁନ୍ଦରଗଡ଼ ଓ ହୀରାକୁଦରେ ୩୭.୨ ଲେଖାଏଁ, ଟିଟିଲାଗଡ଼ରେ ୩୭.୫, ସମ୍ବଲପୁରରେ ୩୮.୩, ବଲାଙ୍ଗୀର ୩୮.୫ ଏବଂ ଝାରସୁଗୁଡ଼ାରେ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଭୁବନେଶ୍ବରରେ ଦିନ ତାପମାତ୍ରା ୩୫.୪ ଏବଂ କଟକରେ ୩୫ ଡିଗ୍ରୀ ରହିଛି। ଆସନ୍ତା ୧୩ରୁ ୧୪ ତାରିଖ ଯାଏଁ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୪ରୁ ୧୬ ପର୍ଯ୍ୟନ୍ତ ଅନୁଗୋଳ ସମେତ ଏହି ସବୁ ପଶ୍ଚିମ ଓଡ଼ିଶାର ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ପ୍ରବଳ ଝାଞ୍ଜି ଅନୁଭୂତ ହେବ ଓ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories